Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ହସ୍ପିଟାଲ ପରିସରରେ ରୋଗୀ ମରିବା ଏବଂ ଷ୍ଟ୍ରେଚରରେ ରୋଗୀ ବଜାରରେ ବୁଲିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବିରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

21/09/2020 at 3:40 PM

ଢେଙ୍କାନାଳ ୨୧।୯: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟଡୋର ସମ୍ମୁଖରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟଣା ଗୋଟିଏ ସପ୍ତାହ ନଯାଉଣୁ ଅନ୍ୟ ଜଣେ ରୋଗୀକୁ ହସ୍ପିଟାଲ ଷ୍ଟ୍ରେଚରରେ ବଜାରରେ ବୁଲି ଗୁଣିଆ ଖୋଜିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ଘଟୁଥିବାକୁ ନେଇ ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଏହି ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି ଅବହେଳା କରୁଥିବା ପଦାଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏହାସହ କରୋନା ଆଳରେ ରୋଗୀମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ଉଠାଇ ବିଜେପି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି  ।

ତେବେ ଏ ସମ୍ପର୍କରେ ଯାଞ୍ଚ ଚାଲିଛି ଓ ସୁରକ୍ଷା ଏଜେନ୍ସିର କର୍ତ୍ତୃପକ୍ଷଙ୍କୁ ନୋଟିସ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

   Related Posts