'ମଦ ଚାଲୁ, ମନ୍ଦିର ବନ୍ଦ': ମନ୍ଦିର ଖୋଲିବାକୁ ନେଇ ବିଜେପିର ଆନ୍ଦୋଳନ

Published By : Prameya-News7 Bureau | October 13, 2020 IST

ମୁମ୍ବାଇ ୧୩/୧୦ : ମହାରାଷ୍ଟ୍ରରେ କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା କଟକଣା ଅନୁଯାୟୀ ମନ୍ଦିର ଏବେ ମଧ୍ୟ ବନ୍ଦ ରହିଛି। ଏହି ମାମଲାରେ ବିଜେପି କାର୍ଯ୍ୟକର୍ତ୍ତା ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ କରିଛନ୍ତି। ବିଜେପି କାର୍ଯ୍ୟକର୍ତ୍ତା ମଦ ଚାଲୁ, ମନ୍ଦିର ବନ୍ଦ ନାରା ଲଗାଇଛନ୍ତି। ରାଜ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କବାଟ ଖୋଳାଯାଉ ବୋଲି କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି।

ବିରୋଧ ପ୍ରଦର୍ଶନ ସମୟରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସବଳ ଉପସ୍ଥିତ ଥିଲେ । ବିଜେପି କର୍ମୀ ବ୍ୟାରିକେଡ଼ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ବିରୋଧ ପ୍ରଦର୍ଶନ ଦଳର ମୁଖ୍ୟ ବିଜେପି ନେତା ପ୍ରବୀଣ ଦାରେକର କହିଛନ୍ତି ଯେ ରାଜ୍ୟର ମଦ ଦୋକାନ ଖୋଲାଯାଇଛି କିନ୍ତୁ ଯେଉଁମାନେ ମାନସିକ ଶାନ୍ତି ପାଇଁ ମନ୍ଦିର ଯାଆନ୍ତି ତାଙ୍କ ସମ୍ପର୍କରେ କିଏ ବୁଝିବ। ସେ କହିଛନ୍ତି, ମଦ ଦୋକାନ ଖୋଲିବା ସହ ହୋମ ଡେଲିଭରୀ ମଧ୍ୟ କରାଯାଉଛି। କିନ୍ତୁ ମନ୍ଦିର ଖୋଳାଯାଉନି। ଛୋଟ ବ୍ୟବସାୟୀଙ୍କ କଥା କିଏ ବୁଝିବ ଯେଉଁମାନଙ୍କ ଜୀବନ ଜୀବିକା ମନ୍ଦିର ଉପରେ ନିର୍ଭରଶୀଳ। ସରକାର ଅହଙ୍କାରୀ ବୋଲି ସେ କହିଛନ୍ତି।

{"id":343677,"sizeSlug":"large"}

ଏହା ପୂର୍ବରୁ ରବିବାର ଦିନ ମହାରାଷ୍ଟ୍ର ବିଜେପି ନେତା ରାଜ୍ୟରେ କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ଥିବ ମନ୍ଦିରଗୁଡିକୁ ପୁଣିଥରେ ଖୋଲିବାକୁ ଦାବି କରି ଅକ୍ଟୋବର ୧୩ ତାରିଖରେ ଆୟୋଜିତ ଧାର୍ମିକ ସଂଗଠନର ସାଙ୍କେତିକ ଉପବାସକୁ ନିଜର ସମର୍ଥନ କରିବାକୁ ଶନିବାର ଦିନ ଘୋଷଣା କରିଥିଲେ।

{"id":343682,"sizeSlug":"large"}

ରାଜ୍ୟର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏକ ଅଫିସିଆଲ ବୟାନରେ କହିଛନ୍ତି ଯେ, ରାଜ୍ୟ ସରକାର ମଦ ଦୋକାନ, ରେସ୍ତୋରାଁ, ବିୟର ବାର ଖୋଲିବାକୁ ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଓ ଅନ୍ୟ ଧାର୍ମିକ ସ୍ନା ଗତ ୭ ମାସ ହେଲା ବନ୍ଦ ରହିଛି। ପାଟିଲ କହିଛନ୍ତି ଯେ, ଅକ୍ଟୋବର ୧୩ ତାରିଖରେ ବିଭିନ୍ନ ଧାର୍ମିକ ସଂଗଠନ ଦ୍ୱାରା ଆୟୋଜିତ ସାଙ୍କେତିକ ଉପବାସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ସାରା ରାଜ୍ୟରେ ମନ୍ଦିର ବାହାରେ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.