Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ୍ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

20/07/2021 at 5:34 PM

ଫୁଲବାଣୀ ୨୦।୭: ରାଜ୍ୟ ବିଜେପି ନିର୍ଦ୍ଦେଶରେ  ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏହାର ପ୍ରତିହାର ଦାବିରେ ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ମଣ୍ଡଳ ବିଜେପି  ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟିକିଏ ବର୍ଷା ହେଲେ ବିଦ୍ୟୁତ କଟିବା, ବିନା କାରଣରେ  ଘନଘନ କାଟୁଥିବା ଫଳରେ ଅନଲାଇନରେ ଛାତ୍ରଛାତ୍ରୀ ଶିକ୍ଷା ଅଧ୍ୟୟନ କରିବାରେ ସମସ୍ୟା ସୃଷ୍ଟି ହେଉଛି । ସେହିପରି ବିଦ୍ୟୁତ ୟୁନିଟର ଦରବୃଦ୍ଧି ନେଇ ଅଭିଯୋଗ କରିଛି ବିଜେପି ।

ଦାରିଙ୍ଗବାଡ଼ି ବିଦ୍ୟୁତ ଅଫିସ ଆଗରେ ଜୋରଦାର ପ୍ରତିବାଦ କରାଯାଇଛି ।  ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ  ପ୍ରତିହାର କରିବା ପାଇଁ  ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ବିଦ୍ୟୁତ ବିଭାଗ ଅଧିକାରୀ ଶିବପ୍ରସାଦ ନାୟକଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ, ମଣ୍ଡଳ ସମ୍ପାଦକ ମିଟୁ ସାହୁ, ଜିଲ୍ଲା ସମ୍ପାଦକ ମହେଶ୍ବର ସାହୁ, ଉପ ସଭାପତି ମୀନକେତନ ସାହୁ, ମହିଳା ମୋର୍ଚ୍ଚା ସଭାପତି ସୋନାଲି ପ୍ରଧାନ, ଟୁନିମୁଖୀ, ଜିତେନସେନ ପଡ୍ରା, ସୁଶାନ୍ତ ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟା ସରଶିଳା ପ୍ରଧାନ, ହମିର ସିଂ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

   Related Posts