ଆବାସ ଯୋଜନାରେ ଅନିୟମିତତା ନେଇ ବ୍ଲକ ଘେରିଲା ଭଣ୍ଡରିପୋଖରୀ ବଜେପି

Published By : Prameya-News7 Bureau | July 08, 2021 IST

ଭଦ୍ରକ, ୦୮।୦୭: ଭଦ୍ରକ ଜିଲ୍ଲା ଭଣ୍ଡରିପୋଖରୀ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟଳୟ ଘେରାଉ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଭାଣ୍ଡରିପୋଖରୀ ବ୍ଲକ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ବରେ ଭଣ୍ଡାରିପୋଖରୀ ବ୍ଲକ ଘେରାଉ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ଆଉ ଏହାକୁ ବିରୋଧ କରି ରାଜ୍ୟବ୍ୟାପି ବ୍ଲକ ଅଫିସ ଗୁଡ଼ିକ ସମ୍ମୁଖରେ ପ୍ରତିବାଦ କରୁଛି ଦଳ ।

ଭଦ୍ରକ ଜିଲ୍ଲା ଭଣ୍ଡରିପୋଖରୀ ବିଜେପି ପକ୍ଷରୁ ମଧ୍ୟ ଭଣ୍ଡରିପୋଖରୀ ବ୍ଲକ ଅଫିସ ଆଗରେ ଜୋରଦାର ପ୍ରତିବାଦ କରାଯାଇଛି । ଦଳୀୟ ଭିତ୍ତିରେ ପକ୍କାଘର ବଣ୍ଟନ ସହ ଅଯୋଗ୍ୟ  ହିତାଧିକାରୀଙ୍କୁ  ଘର ଦିଆଯାଉଛି ବୋଲି ଅଭିଯୋଗ କରିଛି ଦଳ । ତେବେ କେନ୍ଦ୍ର ସରକାର ପୁନଃ ଯେଉଁ ଘର ଯୋଗାଇ ଦେଇଛନ୍ତି ସେହି ଘରକୁ ଯୋଗ୍ୟତା ଭିତ୍ତିରେ ବଣ୍ଟନ ପାଇଁ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.