ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତକୁ ବିରୋଧ କରିବ ବିଜେପି

Published By : Prameya-News7 Bureau | January 19, 2019 IST

ଝାରସୁଗୁଡା ୧୯|୧: ଆସନ୍ତା୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତକୁ ବିରୋଧ କରିବ ବିଜେପି | ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଝାରସୁଗୁଡା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତାଫା ଦେଇଛନ୍ତି ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ।ଜିଲ୍ଳା ଖଣିଜ ଉନ୍ନୟନ ପାଣ୍ଠିକୁ ନିଜର ପୈତୃକ ସମ୍ପତ୍ତି ଭାବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ରାଧାରାଣୀ।ଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୪ ରେ ଝାରସୁଗୁଡା ଗସ୍ତ ରେ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିବ ବିଜେପି ବୋଲି ପ୍ରକାଶ କରିଥିଲେ।

{"id":75969}

ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ହେବାକୁ ଥିବା କର୍କଟ ହସ୍ପିଟାଲର ଶୁଭ ମୁଖ୍ୟମନ୍ତ୍ରୀ ଦେବାକୁ କାର୍ଯ୍ୟକ୍ରମ ରହିଛି ।ଗତ ସେପ୍ଟେମ୍ବର ମାସରୁ ହାଇକୋର୍ଟ କର୍କଟ ହସ୍ପିଟାଲ ନିର୍ମାଣ ପାଇଁ ରହିତାଦେଶ ଦେଇଥିବା ସତ୍ତ୍ବେ କିପରି ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ ବୋଲି ପ୍ରଶ୍ନ କରିଛନ୍ତି ରାଧାରାଣୀ ପଣ୍ଡା।

{"id":75970}

ଏହା ହାଇକୋର୍ଟ ନିର୍ଦ୍ଦେଶ ର ଅବମାନନା ବୋଲି କହିଛନ୍ତି ବିଜେପି ବିଧାୟିକା।ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିର ଅପବ୍ୟୟ କରାଯିବା ସହ ବ୍ରଜରାଜନଗର ନିର୍ବାଚନମଣ୍ଡଳିରେ ଶତକଡା ୬୫ ଭାଗ ଅର୍ଥ ଖର୍ଚ୍ଚ କରାଯିବା ନିୟମ ରହିଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳିକୁ  ଅଣଦେଖା କରାଯାଉଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କିପରି ବିରୋଧ କରାଯିବ ସେଥିପାଇଁ ବିଜେପି ପକ୍ଷରୁ ବ୍ରଜରାଜନଗରରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.