ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
7/12/2020 at 3:08 PM

ଝାରସୁଗୁଡ଼ା ୦୭।୧୨: ଭାରତୀୟ ଜନତା ପାର୍ଟି ଝାରସୁଗୁଡ଼ା ଜିଲ୍ଲା ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଟାଉନ୍ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଟିଏମ ପଡିଆରେ ଅନୁଷ୍ଠିତ ଶିବିରକୁ ଉଦଘାଟନ କରାଯାଇଛି ।

ଦଳରର ରାଜନୈତିକ ବିଚାରଧାରା, ଦଳର ଐତିହାସିକ ପୃଷ୍ଠଭୂମି, ନରେନ୍ଦ୍ର ମୋଦି ସରକାରଙ୍କ ଉପଲବ୍ଧି ବିଶୟରେ ବୁଝାଇଥିଲେ ଦଳର ଜିଲ୍ଲା ସଭାପତି ମଙ୍ଗଳ ସାହୁ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ, ଯୁବନେତା ବଳବିନ୍ଦର ସିଂ ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇ ଆଗାମୀ ପୌର ପରିଷଦ ନିର୍ବାଚନରେ ଝାରସୁଗୁଡା ଜିଲ୍ଲାର ୩ଟି ପୌରାଞ୍ଚଳରେ ବିଜେପିର ବିଜୟ । ଏହାସହ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ଦଳୀୟ ନେତା।