ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣା : ବିଜେପି କହିଲା- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପୂର୍ଣ୍ଣ ବିଫଳ

Published By : Prameya-News7 Bureau | September 10, 2021 IST

ଭୁବନେଶ୍ବର ୧୦।୯: ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବରିଷ୍ଠ ନେତା ମନମୋହନ ସାମଲ, ବିଭୁ ତରାଇ, ରାମ ବଳିଆରସିଂ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦୁଷ୍ମନ୍ତଙ୍କ ଶୋକସନ୍ତପ୍ତ ପରିବାରକୁ ଗୁରୁବାର ଭେଟିଥିଲା ବିଜେପିର ଉଚ୍ଚ ସ୍ତରୀୟ କମିଟି। ଚିକିତ୍ସା ନ ପାଇ ମୃତ୍ୟୁ ହେବା ଲଜ୍ଜାଜନକ ଓ ଅଭାବନୀୟ ଘଟଣା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପୂର୍ଣ୍ଣ ବିଫଳ। ଏହାର ଜ୍ଵଳନ୍ତ ଉଦାହରଣ ଦୁଷ୍ମନ୍ତ ଦାସ । ସ୍ବାସ୍ଥ୍ୟସେବା ବିଫଳ, କେନ୍ଦ୍ର ସରକାର ଅର୍ଥ ଦିଅନ୍ତି, ସ୍ବାସ୍ଥ୍ୟ ସେବା ଯୋଗାଇବା ରାଜ୍ୟସରକାରଙ୍କ ଦାୟିତ୍ବ । ନିଜର ଗର୍ବ ଓ ଅହଂକାର କାରଣରୁ ଆୟୁଷମାନ ଯୋଜନା ଲାଗୁ କରିନାହାନ୍ତି। ପେଟରେ ଭୋକ ମୁହଁରେ ଲାଜ।

ଗୋଟିଏ ଅପରେସନ ଦରକାର ଥିଲା କିନ୍ତି ହୋଇପାରିଲାନାହିଁ । ହାଇଟେକ୍, କିମ୍ସ, କ୍ୟାପିଟାଲ, ଏମ୍ସ ଯାଇଛନ୍ତି। କଟକ ଏସସିବି ମେଡିକାଲରେ ପଡି ପଡି ମୁଖ୍ୟମନ୍ତ୍ରୀ ପାଖକୁ ଯାଇଛନ୍ତି। ତଦନ୍ତ ହେବା ଦରକାର । ପୋଷ୍ଟମର୍ଟମ କାହିଁକି ରାତିରେ କରାଗଲା ? ଶବ ସତ୍କାର ଗାଁରେ କରାଗଲା ନାହିଁ କାହିଁକି ?

ସରକାର ଯଦି ଏତେ ସ୍ବଚ୍ଛ ତାହେଲେ କାହିଁକି ରାତି ଅଧରେ ଏମିତି କଲେ ବୋଲି ବିଜେପି ପ୍ରଶ୍ନ କରିଛି ।  ଝିଅ ନାଁରେ ୩୦ ଲକ୍ଷ ଟଙ୍କା ଜମା କରାଯାଉ । ପାଠ ପଢିବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସରକାର  ଦାୟିତ୍ବ ନିଅନ୍ତୁ। କ୍ରିମିନାଲ୍ ଏତେ କାମ କରିବ ନାହିଁ, ସରକାର ଯାହା କରିଛନ୍ତି। ସ୍ତ୍ରୀକୁ ଚାକିରୀ ଦିଆଯାଉ । ତାଙ୍କ ପରିବାର ଲୋକ ବାପା, ମା’ ଓ ସ୍ତ୍ରୀଙ୍କ ନାଁରେ ୨୦ ଲକ୍ଷ ଟଙ୍କା ଲେଖାଏଁ ଜମା କରନ୍ତୁ ସରକାର। ସିବିଆଇ ତଦନ୍ତ କରାଯାଉ। ତୁରନ୍ତ ଆୟୁଷମାନ ଯୋଜନା ଲାଗୁ କରାଯାଉ। ରାଜ୍ୟ ସରକାରଙ୍କ ମୁଖା ଖୋଲିଯାଇଛି । ନୈତିକ ସାହସ ଅଛି ସିବିଆଇ ତଦନ୍ତ ପାଇଁ ସରକାର ଲେଖନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ଜଣଙ୍କୁ ଚିକିତ୍ସା ମିଳୁନି, ଏହା ଲଜ୍ଜାଜନକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.