ମୋଦି ଆସିବା ଦିନ ପୁରୀରେ ଶାସକ ଦଳର ମହିଳା ସମାବେଶରେ ନବୀନ କରିବେ ଯୋଗଦାନ : ଅପରାଜିତା ପଚାରିଲେ ପ୍ରଶ୍ନ

Published By : Prameya-News7 Bureau | January 03, 2019 IST

ଭୁବନେଶ୍ବର ୦୩|୦୧: ପୁରୀରେ ଶାସକ ଦଳର ମହିଳା ସମାବେଶକୁ ନେଇ ବିଜେପିର ପ୍ରେସମିଟ୍ । ପ୍ରେସମିଟ୍ ରେ ସମାବେଶ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ମହିଳା ସମାବେଶ ନାଁରେ ଶାସକ ବିଜେଡି ଭୋଟ୍ ରାଜନୀତି କରୁଛି ବୋଲି କହିଛନ୍ତି ଅପରାଜିତା । ଭୋଟରଙ୍କୁ ହାତେଇବା ପାଇଁ ରାଜକୋଷରୁ ଟଙ୍କା ଖର୍ଚ୍ଚ କରୁଛି । ବେରୋଜଗାର ପାଇଁ ରାଜ୍ୟ ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସରକାର କରୁଥିବା ଯୋଜନା ପଲ୍ଲୀସଭା ଅଥବା ଗ୍ରାମସଭାରେ ନିଆଯାଉ । ପ୍ରଥମେ ଲୋକମାନଙ୍କ ମତ ନିଆଯାଇ ପରେ ଯୋଜନା ପ୍ରସ୍ତୁତ କରାଯାଉ । ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ଏସଏ ରାଜ୍ୟରେ ମାତ୍ର ୫୬ପ୍ରତିଶତ ମହିଳାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଅଛି । ମହିଳା ଶସକ୍ତୀକରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ପ୍ରତି ପଞ୍ଚାୟତରେ ଲଘୁ ଉଦ୍ୟୋଗ କରାଯାଉ । ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଉ । ଆଜିବି ପ୍ରତ୍ୟେକ ଘରେ ଶୌଚାଳୟ ନାହିଁ । ମହିଳାମାନେ ବାହାରେ ମଳତ୍ୟାଗ କରିବାକୁ ଯାଉଛନ୍ତି । ଟ୍ରିପଲ ତଲାକ୍ କୁ ମଧ୍ୟ ରାଜ୍ୟ ସରକାର ବିରୋଧ କରୁଛନ୍ତି । ଭୋଟ୍ ରାଜନୀତି କରି ଏହାକୁ ବିରୋଧ କରୁଛନ୍ତି ରାଜ୍ୟ ସରକାର । ଅଧିକାଂଶ ମହିଳା ଅପରାଧର ଶୀକାର ହେଉଛନ୍ତି । ମହିଳାମାନଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଯେଉଁ ଯୋଜନା କରାଯାଉଛି ତାହା ଲୋକଙ୍କ ମତ ନେଇ କରାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.