Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲା ବିଜେପି, ହତ୍ୟା ଅଭିଯୋଗର ଆଣିଲା ଦଳ

15/09/2021 at 1:41 PM

ଭୁବନେଶ୍ବର ୧୫।୯: ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ଏସସି ମୋର୍ଚ୍ଚା ସଭାପତି ବିଭୂ ପ୍ରସାଦ ତରାଇ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ରେକର୍ଡ ଅନୁସାରେ ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଥିଲା । ହେଲେ କଟକ ବଡ଼ ମେଡିକାଲକୁ ୪ଟା ବେଳେ ପହଞ୍ଚିଲେ । ଅର୍ଥାତ କ୍ୟାପିଟାଲ ହସ୍ପିଟାଲରେ ବିଷ ଖିଆ ରୋଗୀର ଚିକିତ୍ସା ପାଇଁ କଣ ସୁବିଧା ନାହିଁ । ଯଦି ନଥିଲା କାହିଁକି ତାଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସା କରାଗଲା ନାହିଁ ।

ଆଉ ଏକ ପ୍ରଶ୍ନ କ୍ୟାପିଟାଲରୁ କଟକ ଯିବାକୁ କଣ ୨ ଘଣ୍ଟା ୩୦ ମିନିଟ୍ ସମୟ ଲାଗିଲା । ପୁଣି ତାଙ୍କୁ ଆଇସିୟୁରେ ନରଖି କାହିଁକି ସାଧାରଣ ୱାର୍ଡରେ ରଖାଗଲା । ଏଥିରୁ ସନ୍ଦେହ ହେଉଛି କ୍ୟାପିଟାଲରୁ କଟକ ନେବା ଦାୟିତ୍ବରେ ଥିବା ଲୋକ ହିଁ ଷଡ଼ଯନ୍ତ୍ର କରିଛନ୍ତି । ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ କରିଥିବାରୁ ସରକାରୀ କଳ ତାଙ୍କୁ ହତ୍ୟା କରିଛି । ତେଣୁ ଏହା ମୃତ୍ୟୁ ନୁହଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କଲା ବିଜେପି ।

ଆଉ ଏକ ଦିଗ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବ ମୁଖା ଖୋଲିଯାଇଛି । ଏହା ହେଲ୍ଥ କାର୍ଡ ନୁହଁ ଏକ ପୁସିଂ କାର୍ଡ । ସ୍ବାସ୍ଥ୍ୟ ସେବା ନାଁରେ ଓଡ଼ିଶାବାସୀଙ୍କୁ ସରକାର ଭଣ୍ଡାଇଛନ୍ତି । ଏହାଦ୍ଵାରା ହଜାର ହଜାର ଦୁଷ୍ମନ୍ତ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି ।

   Related Posts