ଜୋର ଧରିଲା ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି , ଆନ୍ଦୋଳନକୁ ଓହ୍ଲାଇବ ବିଜେପି
9/12/2020 at 1:36 PM

ଭଦ୍ରକ ୦୯।୧୨: ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ ପ୍ରତିଷ୍ଠା ଦାବି ଜୋରାଦାର । ଏହାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ପାର୍ଟି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ । ସାମ୍ବାଦିକ ସମ୍ମିଳନୀରେ ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ସାମିଲ ଥିଲେ ।
ଭଦ୍ରକ ଜିଲ୍ଲାରେ ସମସ୍ତ ପ୍ରକାରର ଭିତ୍ତିଭୂମି ଥିବା ସତ୍ତ୍ୱେ, ସରକାରୀ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁନାହାନ୍ତି । ଏସଂପର୍କରେ ବିଜେପି କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି । ସେମାନେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏ ସବୁ ସତ୍ତ୍ୱେ ରାଜ୍ୟ ସରକାର ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ସାମାନ୍ୟତମ ଉଦ୍ୟମ କରୁନାହାନ୍ତି । ତେଣୁ ଏହାକୁ ପ୍ରତିବାଦ ଜଣାଇ ଆସନ୍ତା ୧୪ ତାରିଖରୁ ବିଜେପି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେବ । ଏହାପରେ ଆସନ୍ତା ୧୫ ତାରିଖରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ।