Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବିଜେପିର ମିଶନ-୨୦୨୪, ୬ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

17/11/2020 at 2:56 PM

ଭୁବନେଶ୍ୱର,୧୭|୧୧: ବିଜେପିର ଫୋକସରେ ଓଡିଶା। ବିହାର ପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ସଂଗଠନ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ବିଜେପି । ଓଡିଶାରେ ସଂଗଠନକୁ ଆହୁରି ମଜବୁତ କରିବା ଲାଗି ଆଜି ରାଜ୍ୟର ୬ ଟି ଜିଲ୍ଲାର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା।

ସୁନ୍ଦରଗଡ, ବରଗଡ,ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାରେ ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ଜେପି ନଡ୍ଡା । ଡିଜିଟାଲ ମିଡିଆ ଏହି ଦଳୀୟ କାର୍ଯ୍ୟାଳୟଗୁଡ଼ିକର ଉଦଘାଟନ କରାଯାଇଛି । ଏସବୁ ଜିଲ୍ଲା କାର୍ଯ୍ୟାଳୟକୁ ଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସହ ଅନଲାଇନରେ ମାଧ୍ୟମରେ ଯୋଡ଼ିବା ନିମନ୍ତେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବା ଅବସରରେ ବିଜେପି ସଭାପତି ନଡ୍ଡା କହିଛନ୍ତି ଯେ, ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଉଦଘାଟନ କରିବା ସୌଭାଗ୍ୟର ବିଷୟ । ଏନେଇ ସେ ରାଜ୍ୟର ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନେଇ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ନୂଆ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏବେ ଦେଶରେ ୪୦୦ଟି କାର୍ଯ୍ୟାଳୟ ପ୍ରସ୍ତୁତ ହୋଇ ସାରିଛି । ୨୦୦ଟିର ନିର୍ମାଣ କାମ ଚାଲିଛି ।

ଏହି ଉଦଘାଟନୀ ଉତ୍ସବରେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

   Related Posts