ପାଟଣା୨୧/୯: କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡ଼ିଛି। ଘରେ ୭ ଦିନ ଧରି ଅସୁସ୍ଥ ଅନୁଭବ କରିବା ପରେ ସୁନ୍ଦରଗଡ଼ ସ୍ଥିତ ଏନ,ଟି,ପି,ସି ହସ୍ପିଟାଲରେ ସ୍ୱାବ ପରୀକ୍ଷା ପରେ କରୋନା ଚିହ୍ନଟ ହୋଇ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଜିଲ୍ଲା ବିଜେପି ସଭାପତି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପରିଷଦ ସଦସ୍ୟା ଡାଲି ପାତ୍ର, ଜିଲା ଯୁବମୋର୍ଚ୍ଚା, ସଭାପତି ହେମରଞ୍ଜନ ବାରିକ, ପୂର୍ବତନ ସାହାରପଡା ବ୍ଲକ ଅଧକ୍ଷ ଗୌତମ ନାଏକ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମତା ନାଏକ,ପାଟଣା ନିର୍ବାଚନ ମଣ୍ଡଳୀ ମିଡିଆ ସଂଯୋଜକ ସବୀର ଦାଶ କେନ୍ଦେଇ ପଶି ମଣ୍ଡଳ ସଭାପତି ବିପିନ ବିହାରୀ ମହାନ୍ତ ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରା,ବିଜେପି ବରିଷ୍ଠ ନେତା ଭବାନୀ ଶଙ୍କର ନାଏକ ନିତ୍ୟାନନ୍ଦ ମହାପାତ୍ର,ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...