ବୈଜୟନ୍ତଙ୍କୁ ଇଙ୍ଗିତ କରି ବସନ୍ତ ପଣ୍ଡା କହିଲେ ମୋଦିଙ୍କ ଗସ୍ତ ବେଳେ ବିଜେପିର କୌଣସି ମିଶ୍ରଣ ପର୍ବ ନାହିଁ

Published By : Prameya-News7 Bureau | December 21, 2018 IST

ଭୁବନେଶ୍ବର ୨୧|୧୨: ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଲେ ଯିଏ ଦଳକୁ ଆସିବ ତାଙ୍କୁ ସ୍ବାଗତ କରାଯିବ । କିନ୍ତୁ ୨୪ରେ ବିଜେପିର କୌଣସି ମିଶ୍ରଣ ପର୍ବ ନାହିଁ । ଫଳରେ ବୈଜୟନ୍ତ ଦେଇଥିବା ବିବୃତ୍ତି ସହ ଏହି ସୂଚନାର ତାଳମେଳ ରହିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି ଯେ, କଂଗ୍ରେସ ୫୦ ବର୍ଷ ଧରି ଭାରତରେ ଓ ୪୦ ବର୍ଷ ଧରି ଓଡ଼ିଶାରେ ଶାସନରେ ଥିଲା । ଲୋକଙ୍କୁ ଶୋଷଣ କରୁଥିଲା ସେଥିପାଇଁ ଶାସନରୁ ବିତାଡିତ ହୋଇଛି । ଆସନ୍ତା ୨୪ ରେ ଓଡ଼ିଶାରେ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଏ ବିକାଶର ବାର୍ତ୍ତା ଓଡ଼ିଆରେ ଆନନ୍ଦର ଲହରୀ ଖେଳେଇ ଦେଇଛି ।  କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି ଲୋକଙ୍କ ପାଇଁ ।  କଂଗ୍ରେସ ନୁହଁ ଓଡ଼ିଶାରେ ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ କୃଷି ଋଣ ଛାଡ ପ୍ରତିଶ୍ରୁତି ଦେଇଥିଲେ । ଧର୍ମେନ୍ଦ୍ର ୬ଟି ଜିଲ୍ଲାରେ ନିଯୁକ୍ତି ମେଳା କରିଛନ୍ତି । ଅନେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । ଚାଷୀଙ୍କ ଲାଭ ୨୦୨୨ ସୁଦ୍ଧା ଦ୍ବିଗୁଣିତ କରିବ ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.