ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ
15/02/2019 at 9:40 AM

Image Courtesy : Mysore: BJP National President Amit Shah addresses Dalit community leaders in Mysore on Friday. PTI Photo
(PTI3_30_2018_000127B)
ଭୁବନେଶ୍ବର ୧୫|୨: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଆଜି ବିଜେପି ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଆଜି ଓଡିଶା ଗସ୍ତରେ ଆସି ସମ୍ବଲପୁରଠାରେ କାର୍ଯ୍ୟକର୍ତ୍ତା ସମାବେଶରେ ସମ୍ବଲପୁର, ସୁନ୍ଦରଗଡ, ବରଗଡ ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥାଆନ୍ତେ ଅମିତ ଶାହ । ଶାହଙ୍କ ଅନ୍ୟ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021