Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

17/04/2019 at 11:57 AM

ଭୁବନେଶ୍ବର ୧୭।୪: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅପରାହ୍ନ ୩ଟାରେ ଢେଙ୍କାନାଳରେ ପହଞ୍ଚିବେ ଶାହା । ମହିଶାପାଟଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ ।

ଢେଙ୍କାନାଳ ପରେ ବଡମ୍ବା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ନରସିଂହପୁର ହାଇସ୍କୁଲ ପଡିଆରେ ଅପରାହ୍ନ ୪ଟାରେ ଅମିତ ଶାହା ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ । କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ଉତ୍ସାହିତ ଅଛନ୍ତି ବିଜେପି କର୍ମୀ ।

ଶେଷରେ କଟକରେ ରୋଡ୍ ସୋ କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଅମିତ । ସନ୍ଧ୍ୟା ସାଢେ ୬ଟାରେ କଟକରେ ଆରମ୍ଭ ହେବ ରୋଡ୍ ସୋ । କଟକ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘାବଜାର, ଚୌଧୁରୀ ବଜାର, ବାଲୁବଜାର, ନିମଚୌଡି, ଚାନ୍ଦିନିଚୌକ, ମହମ୍ମଦିଆ ବଜାର, ସେକ୍ ବଜାର ଓ ଚଣ୍ଡିମନ୍ଦିର ଆଦି ଅଞ୍ଚଳରେ ଶାହା ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts