ଆଜି ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୁରୀରେ କରିବେ ପ୍ରଚାର

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ଆଜି ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ଶାହା ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୫ଟାରେ ଶାହା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ । ସନ୍ଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବଡଦାଣ୍ଡରେ ରୋଡ ସୋ’ରେ ବାହାରିବେ । ଶାହାଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ରୋଡ୍ ସୋ ବଡଦାଣ୍ଡରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶରଧାବାଲିଠାରେ ଏକ ସାଧାରଣ ସଭାରେ ଶାହା ଉଦବୋଧନ ଦେବେ । ସେହିପରି ପ୍ରଧାନମନ୍ତ୍ରୀ ଆସନ୍ତା ୧୫ କିମ୍ବା ୧୬ରେ ପୁଣି ଓଡ଼ିଶା ଆସିବା ସହ ସାଧାରଣ ସଭାରେ ଯୋଗଦେବେ । ସେପଟେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ବ୍ରହ୍ମପୁର ଓ ଫୁଲବାଣୀ ଗସ୍ତ ଥିଲା । ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶେଷ ମହୁର୍ତ୍ତରେ ବାତିଲ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.