Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

15/02/2019 at 9:21 AM

ସମ୍ବଲପୁର ୧୫|୨:  ଆଉ କିଛି ଦିନ ପରେ ଘୋଷଣା ହେବ ନିର୍ବ।ଚନ ତାରିଖ । ତା ଆଗରୁ ବିଜେପି ଫୋକସରେ ଓଡିଶା । ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଏବଂ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡିଶା ଆସୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପ୍ରଥମ ଥର ପାଇଁ ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ମିଶନ ୧୨୦ ପ୍ଲସର ଗୁରୁମନ୍ତ୍ର ଦେବେ ।

ପ୍ରଥମେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ, ସେଠାରେ ହେଲିକେପ୍ଟର ଯୋଗେ ସମ୍ବଲପୁର ଦୂର୍ଗାପାଲ୍ଲୀ ପଡିଆରେ ପହଞ୍ଚିବେ । ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିବେ । ଏହାପରେ ଜେଲ୍ ଛକରେ ଥିବା ବୀରସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ଏହା ପରେ ଧନକଉଡା ଜୟଗୁରୁ ମନ୍ଦିର ପାଖ ପଡିଆରେ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗଦେବେ। ଏହି କାର୍ଯ୍ୟକର୍ତ୍ତା ସମାବେଶରେ ସମ୍ବଲପୁର, ସୁନ୍ଦରଗଡ, ବରଗଡ ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେବେ। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଶାହା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ୍ ୧୫ପ୍ଲାଟୁନ୍ ପୋଲିସ ଫୋର୍ସ ସହ ତିନି ଜଣ ଅତିରିକ୍ତ ଏସ୍‌ପି, ୧୫ଜଣ ଡିଏସ୍‌ପି, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ନିୟୋଜିତ ରହିବେ ।

   Related Posts