ଆଜି କମ୍ପିବ ସାଲେପୁର ; କର୍ମୀଙ୍କୁ ଗୁରୁମନ୍ତ୍ର ଦେବାକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

Published By : Prameya-News7 Bureau | January 29, 2019 IST

ସାଲେପୁର ୨୯|୧:  ଆଜି କମ୍ପିବ ସାଲେପୁର ।  କଟକ ସାଲେପୁରର କୁଳିଆ ପଡ଼ିଆରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଡାକିଛନ୍ତି ସମ୍ମିଳନୀ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ସମ୍ମିଳିନୀରେ ଏକାଠି ହେବେ ।

{"id":79260}

ତେବେ ଏଥର ସମ୍ମିଳନୀରେ କଣ କହିବେ ଶାହା ? ଗର୍ଜିବେ ନା ନରମିବେ ?  ଗତ ୩ଟି ଗସ୍ତରେ ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ବର ନରମ ରହିଥିବା ବେଳେ ରାହୁଲ ଗାନ୍ଧି କିନ୍ତୁ ବିଜେପି-ବିଜେଡିକୁ ଜୋରଦାର ନିଶାନା ସାଧିଛନ୍ତି ।

{"id":79261}

ତେଣୁ ଏବେ ଶାହାଙ୍କ ଉପରେ ପ୍ରେସର ।  ମୁହଁ ଖୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ? ନା ରାଜନୀତି ସମୀକରଣ ଜଗି ଚୁପ୍ ରହିବେ ? ମାନେ ଶାହାଙ୍କର ସେହି ପୋଡ଼ା ଟ୍ରାନ୍ସଫରର ଶାଣିତ ସ୍ବର ରହିବ ନା ସେ ବି ମୋଦିଙ୍କ ଭଳି ତେର୍ଚ୍ଛା ବାଣ ମାରିବେ ତାକୁ ନେଇ ଚର୍ଚ୍ଚା ବଢୁଛି।

ଏପରିକି ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ଏହାକୁ ୨୦୧୯ ନିର୍ବାଚନରେ ଉପାଡି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ କର୍ମୀ ମାନଙ୍କୁ ଆହ୍ନାନ ଦେଇଥିଲେ । ଆଉ ଏହାସହ ଓଡିଶାରେ ମିଶନ-୧୨୦ର ମଞ୍ଜି ମଧ୍ୟ ବୁଣିଥିଲେ । କିନ୍ତୁ ସମୟ ବଦଳିବା ସହ ବିଜେପିର ଆଭିମୁଖ୍ୟ ମଧ୍ୟ ବଦଳିଛି । ତେଣୁ ବିଜେଡି ପ୍ରତି ଅମିତ ଶାହା ନରମ ହେବେ ନା ଗରମ ହେବେ ନା ମାପିଚୁପି ବୟାନ ଦେବେ ତାହା ଦିଲ୍ଲୀ ରାଜନୀତି ପାଇଁ ସଂକେତ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.