ଜନଜାତି ଅଧିବେଶନରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
3/02/2019 at 9:10 AM

ପୁରୀ ୩|୨: ଆଉ କିଛି ସମୟ ପରେ ଓଡିଶା ପହଞ୍ଚିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପୁରୀ ତାଳବଣିଆ ଇନଡୋର୍ ଷ୍ଟାଡିୟମରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନରେ ଯୋଗ ଦେବେ ଅମିତ । ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଜନଜାତି ଅଧିବେଶନରେ ସାମିଲ ହେବେ ଅମିତ । ଏହାପରେ ଆଦିବାସୀଙ୍କୁ ନେଇ ହେବାକୁଥିବା ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରୁ ବିଜେଡି ସରକାରଙ୍କୁ ହଟାଇବାକୁ ବିଜେପି ଜନଜାତି ସେଲ୍ କରିଛି ଏହି ବିଶାଳ ଆୟୋଜନ । ଗତକାଲି ଉଦଘାଟନୀ ସମାରୋହରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର କେତନ୍, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୱାଲ୍ ,ତ୍ରିପୁରା ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁଦେବ ବର୍ମନ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ , ରାଜ୍ୟ ସରକାରଙ୍କ ଅପାରଗତାକୁ ଟାର୍ଗେଟ୍ କରିଥିଲେ।