ମୋରଡା ୨୭|୪: ପ୍ରଚାରର ଶେଷ ଦିନରେ ବିଜେପି ଅଧ୍ୟକ୍ଷ ଅମିତ ଓଡିଶା ଗସ୍ତରେ ଆସି ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ମୟୂରଭଞ୍ଜ ମୋରଡାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶାହା କହିଛନ୍ତି, ସାରା ଦେଶରେ ଏବେ ମୋଦି ହାୱା ଚାଲିଛି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଲାଗୁ ନକରି ଓଡିଶାବାସୀଙ୍କ କ୍ଷତି କରୁଥିବା ଦର୍ଶାଇ ଶାହା କହିଛନ୍ତି , ବିଜେପି ରାଜ୍ୟରେ ସରକାର ଗଢିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଏହା ସହ ସେ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ଆହ୍ବାନ କରିବା ସହ ଏବେର ରାଜ୍ୟ ସରକାରକୁ ଓପାଡି ଫିଙ୍ଗି ଦେବାକୁ ପୁଣି ଥରେ କହିଛନ୍ତି ।
{"id":107987}ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବରିଷ୍ଠ ବିଜେପି ନେତା, ଦଳୀୟ ପ୍ରାର୍ଥୀ ଉପସ୍ଥିତ ଥିଲେ । ଆଜି ଯାଜପୁର ସୁକିନ୍ଦାରେ ବି ହେବାକୁ ଥିବା ବିଜୟ ସଙ୍କଳ୍ପ ସମାବେଶରେ ମଧ୍ୟ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହା ।