ଓଡିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

Published By : Prameya-News7 Bureau | January 29, 2019 IST

ଭୁବନେଶ୍ବର ୨୯|୧:  ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ବିମାନ ବନ୍ଦରରେ ପହଞ୍ଚି କଟକ ସାଲେପୁର ଅଭିମୁଖେ ଗଲେ ଅମିତ ଶାହ । ସାଲେପୁରର କୁଳିଆ ପଡ଼ିଆରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ସମ୍ମିଳିନୀରେ ଏକାଠି ହୋଇଛନ୍ତି ।

ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ଏହାକୁ ୨୦୧୯ ନିର୍ବାଚନରେ ଉପାଡି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ । ଆଉ ଏହାସହ ଓଡିଶାରେ ମିଶନ-୧୨୦ର ମଞ୍ଜି ମଧ୍ୟ ବୁଣିଥିଲେ । କିନ୍ତୁ ସମୟ ବଦଳିବା ସହ ବିଜେପିର ଆଭିମୁଖ୍ୟ ମଧ୍ୟ ବଦଳିଛି । ତେଣୁ ବିଜେଡି ପ୍ରତି ଅମିତ ଶାହା ନରମ ହେବେ ନା ଗରମ ହେବେ ନା ମାପିଚୁପି ବୟାନ ଦେବେ ତାହା ଦିଲ୍ଲୀ ରାଜନୀତି ପାଇଁ ସଂକେତ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.