ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ
7/04/2019 at 12:24 PM

ଭୁବନେଶ୍ବର ୭|୪ : ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୪ ଦିନ ଥିବା ବେଳେ ଭୁବନେଶ୍ବରରେ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି । ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।
ନୂଆ ଓଡିଶା ପାଇଁ ନୂଆ ସଂକଳ୍ପ ନେଇଛି ଦଳ । କୃଷିକୁ ଅଗ୍ରାଧିକାର, ନିଯୁକ୍ତି ସୃଷ୍ଟି, ମହିଳାଙ୍କୁ ସୁରକ୍ଷା, ଆୟୁଷ୍ମାନ ଯୋଜନା ଲାଗୁ କରାଯିବା ନେଇ ସଂକଳ୍ପ ନେଇଛି ଦଳ । ଓଡ଼ଶାର ଦାରିଦ୍ର୍ୟର ମୂଳୋତ୍ପାଟନ କରିବାକୁ ଗୁରୁତ୍ୱ ଦିଆଯାଇଛି। ମହିଳାମାନଙ୍କ ପାଇଁ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ। ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଚଳ କରାଯିବ । ୪୫ ଲକ୍ଷ ଚାଷୀଙ୍କୁ ପିଏମ୍ କିସାନ୍ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ। ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ । ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ। ଘର ପାଣି ସଡ଼କ, ବିଜୁଳି ବ୍ୟବସ୍ଥା କରାଯିବ। ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ୩ ମାସ ମଧ୍ୟରେ ପେଶା ଆଇନ୍ ଲାଗୁ କରାଯିବ । ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ। ଆୟୁଷ୍ମାନ୍ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ। ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ
ଅମିତ ଶାହା କହିଛନ୍ତି ଓଡିଶା ପ୍ରାକୃତିକ ସଂପଦରେ ଭରପୁର ହୋଇ ରହିଛି । ନବୀନ ସରକାର ଏହାକୁ ଅବିଷ୍କାର କରିନାହାନ୍ତି । କଂଗ୍ରେସଠୁ ନିକୃଷ୍ଟ ସରକାର ହେଉଛି ନବୀନ ସରକାର । ସାରା ଭାରତରେ ଏବେ ମୋଦି ହାଓ୍ବା ରହିଛି । ଓଡିଶାର ଗୌରବକୁ ବିଶ୍ବରେ ପହଞ୍ଚାଇବାକୁ ଆହ୍ବାନ ଦିଆଯାଇଛି । ଭ୍ରଷ୍ଟାଚାର, ଗୁଣ୍ଡାଗର୍ଦିକୁ ନିପାଦ କରାଯିବ ।
ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା , ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହାପରେ ଗଞ୍ଜାମ ଗସ୍ତରେ ଯିବେ ଅମିତ ଶାହ । ଗଞ୍ଜାମ ପୋଲସରାରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ ଶାହ । ପୋଲସରାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବା ପରେ ଅମିତ ଶାହା ବରଗଡ ଯିବେ। ଅମିତ ଶାହଙ୍କ ଏହା ପ୍ରଥମ ବରଗଡ ଗସ୍ତ ହୋଇଥିବାରୁ ନେତା ଓ କର୍ମୀ ଉତ୍ସାହିତ ହୋଇପଡିଛନ୍ତି। ବରଗଡ ମୋଦିପଡାରେ ଅମିତ ଶାହା ଦେବେ ଉଦବୋଧନ। ଅଚାନକ ଶାହଙ୍କ ଗସ୍ତ ଚୂଡାନ୍ତ ହୋଇଥିବାରୁ ଏହାକୁ ସଫଳ କରିବାପାଇଁ ବିଜେପି ଫୁଲ ଦମରେ ଲାଗିପଡିଛି। ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।