ବିଜେପିକୁ ୫ବର୍ଷ ଦେଲେ ନୂଆ ଓଡିଶା ତିଆରି କରିବୁ: ଅମିତ ଶାହ

Published By : Prameya-News7 Bureau | April 07, 2019 IST

ପୋଲସରା ୭|୪ : ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗଞ୍ଜାମ ଜିଲ୍ଲା ପୋଲସରାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ଅମିତ ଶାହ । ନିର୍ବାଚନୀ ସଭାରେ ଉଦବୋଧନ ଦେଇ ବିରୋଧୀଙ୍କୁ କଡା ଭର୍ସନା କରିଛନ୍ତି ଶାହ । ଓଡିଶାର ସମସ୍ତ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ମିଳୁନି, ସମସ୍ତଙ୍କ ଘରେ ବିଜୁଳି ପହଞ୍ଚିପାରୁନଥିବା ଅଭିଯୋଗ ଆଣିଛନ୍ତି ଅମିତ ଶାହ । ନବୀନ ଯେଉଁ ଅଞ୍ଚଳ ପାଇଁ ପ୍ରତିନିଧିତ୍ବ କରୁଛନ୍ତି ସେଠାରେ ଲୋକଙ୍କୁ ପିଇବା ପାଣି, ବିଜୁଳି ସମସ୍ୟା ଦେଖାଦେଇଛି ।

{"id":101201}

ବିଜେପିକୁ ୫ବର୍ଷ ଦେଲେ ନୂଆ ଓଡିଶା ତିଆରି କରିବୁ ବୋଲି ଶାହ କହିଛନ୍ତି । କାଶ୍ମୀରଠୁ କନ୍ୟାକୁମାରୀ ଯାଏଁ ମୋଦି ଲହରୀ ରହିଛି । ବିଜେପିକୁ ଜିତାଇବାକୁ ଭୋଟରଙ୍କୁ ଆହ୍ବାନ କରିଛନ୍ତି ଅମିତ ଶାହ ।

ଏହାପରେ ଅମିତ ଶାହ ବରଗଡ ଅଭିମୁଖେ ଯାଇଛନ୍ତି । ଏହା ଅମିତ ଶାହଙ୍କ ପ୍ରଥମ ବରଗଡ ଗସ୍ତ ହୋଇଥିବାରୁ ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.