ଯାଜପୁରରେ ବିଜେଡିରୁ ଆସନ ଛଡ଼ାଇ ନେବାକୁ ଫୁଲ ଦମ୍‌ରେ ପ୍ରସ୍ତୁତି ଚଳାଇଛି ବିଜେପି

Published By : Prameya-News7 Bureau | April 22, 2019 IST

ଯାଜପୁର  ୨୨/୪: ଯାଜପୁର ଲୋକସଭା ଆସନରେ କାହାର ହେବ ଜିତାପଟା ?  ୩ ପ୍ରମୁଖ ଦଳ ଏହି ଆସନକୁ ହାତେଇବାକୁ ଚଳାଇଛନ୍ତି ରଣନୀତି । ଜିତାପଟା ପାଇଁ ବିଜେଡି ନୂଆ ମୁହଁକୁ ଭରସା କରିଛି । ସେହିପରି ବିଜେପି ଗତ ଥରର ପ୍ରାର୍ଥୀଙ୍କୁ ରିପିଟ୍ କରିଛି । ସବୁ ଦଳ ଅଙ୍କ କଷାରେ ବ୍ୟସ୍ତ । ଯାଜପୁର ଲୋକସଭା ଆସନକୁ ନେଇ ଆମର ଏଇ ରିପୋର୍ଟ ।

{"id":106208,"width":594,"height":289}

ଚର୍ଚ୍ଚାରେ ଯାଜପୁର ଲୋକସଭା ଆସନ ।୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ଜିତାପଟ ନେଇ ଆଶାବାଦୀ । ବିଜେଡି ଜଣେ ନୂଆ ମୁହଁକୁ ଏଠାରୁ ପ୍ରାର୍ଥୀ କରିଛି । ଅଫିସର ଚାକିରୀ ଛାଡ଼ି ରାଜନୀତି ମଇଦାନକୁ ଡେଇଁଥିବା ଶର୍ମିଷ୍ଠା ସେଠୀଙ୍କ ଉପରେ ଭରସା କରିଛି ଦଳ । ଗତ ନିର୍ବାଚନରେ ବିଜେଡି ରୀତା ତରାଇଙ୍କୁ ପ୍ରାର୍ଥୀ କରିଥିଲା । ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ ସେ । ହେଲେ ୫ ବର୍ଷ ଭିତରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ କରିନଥିବାରୁ  ଦଳ ଏଥର ତାଙ୍କୁ ବାଦ୍ ଦେଲା । ୧୯ ବର୍ଷ ହେଲା ବିଜେଡି କବଜାରେ ଥିବା ଥିବା ଯାଜପୁର ଲୋକସଭା ଆସନରେ ଏଥର ବି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ।

{"id":106209,"width":594,"height":292}

ସେପଟେ ବିଜେଡିରୁ ଏହି ଆସନ ଛଡ଼ାଇ ନେବାକୁ ଫୁଲ ଦମ୍‌ରେ ପ୍ରସ୍ତୁତି ଚଳାଇଛି ବିଜେପି । ଗତ ଥର ହାରିଥିବା ଅମୀୟ ମଲ୍ଲିକଙ୍କୁ ପୁଣି ଥରେ ମିଳିଛି ଟିକେଟ୍ ।ସେହିପରି ଗତ ଥର କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଏବେ ଆରପାରିରେ । ତେଣୁ ମଇଦାନକୁ ଓହ୍ଲାଇଛନ୍ତି ମାନସ ଜେନା । ରାହୁଲଙ୍କ ସ୍ବପ୍ନର ଭାରତ ଗଢ଼ିବା ଲକ୍ଷ୍ୟ ସହ ମହିଳା ଏବଂ ଯୁବପୀଢିଙ୍କୁ ବଳ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ମାନସ।

{"id":106210,"width":594,"height":296}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.