Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଥାନା ଆଗରେ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ, ଲାଠି ଚାର୍ଜ ବେଳେ ୪ ଆହତ

22/10/2021 at 1:34 PM

ଆଠଗଡ, ୨୨|୧୦ : ନରସିଂହପୁର ଥାନା ଆଗରେ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ । ବିନା କାରଣରେ ୩ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଥାନାକୁ ଉଠାଇ ଆଣିଥିବା ଅଭିଯୋଗ ପରେ ଥାନା ପରିସରରେ ତୁମୂଳକାଣ୍ଡ ଘଟିଛି ।

 ସୂଚନା ଅନୁସାରେ, କିଛିଦିନ ତଳେ ନରସିଂହପୁର କୋର୍ଟ ପରିସରରେ ବିଜେପି ଓ ବିଜେଡି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଥିଲା। ଏହା ସତ୍ତ୍ୱେ ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ୩ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିଲା। ସେମାନେ ହେଉଛନ୍ତି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ, ଲିପୟ ବଳିୟାରସିଂ। ପୂର୍ବରୁ ଆଉ ଜଣେ କର୍ମୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ବିରୋଧ କରି ଶୁକ୍ରବାର ଥାନା ଘେରାଉ କରାଯାଇଥିଲା ।

ତେବେ ପରିସ୍ଥିତି ଆୟତ୍ତ ନହେବାରୁ ପୋଲିସ ତରଫରୁ ଲାଠି ଚାଳନା କରାଯାଇଥିଲା। ଏପରିକି ପୋଲିସ ଓ ବିଜେପି କର୍ମୀମାନେ ଧସ୍ତାଧସ୍ତି ହୋଇଥିଲେ । ଫଳରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି। ଏନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିବେ ନାହିଁ ବୋଲି କହିଥିଲେ ।

   Related Posts