ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 16, 2019 IST

ନୂଆଦିଲ୍ଲୀ ୧୬|୩ :  ଆଜି ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ  । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ଦିଗ୍ଗଜ ନେତା ସାମଲି ହେବେ । ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ।

ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇପାରେ ବୋଲି ସୂଚନା ମିଳିଛି । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ୯୧ଟି ଲୋକସଭା ଆସନ ପାଇଁ ଭୋଟଦାନ ହେବ । ଗତକାଲି ବିଜେପିର କେନ୍ଦ୍ରୀୟ ପ୍ରଚାର ସମିତିର ବୈଠକରେ ଆଶାୟୀ ପ୍ରାର୍ଥୀଙ୍କ ବାବଦରେ ଏହି  ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର  ବରିଷ୍ଠ ନେତାମାନେ  ଉପସ୍ଥିତ ରହିଥିଲେ ।

ପ୍ରାର୍ଥୀ ଘୋଷଣା ପୂର୍ବରୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଆଶାୟୀ ପ୍ରାର୍ଥୀ କେତେ ମାତ୍ରାରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇଛନ୍ତି, ଲୋକଙ୍କର ତାଙ୍କ ପ୍ରତି କେତେ ସମର୍ଥନ ରହିଛି, ସେଠାରେ ମୁଖ୍ୟ ବିରୋଧୀ ଦଳ କିଏ ଏବଂ ସଂପୃକ୍ତ ସଂସଦୀୟ କ୍ଷେତ୍ରରେ ସେ ଦଳର ସ୍ଥିତି କଣ ଆଦି ହିସାବକୁ ନେଇ ଟିକେଟ୍ ବଣ୍ଟାଯିବା ବୋଲି ସୂଚନା ମିଳିଛି । ବିଶେଷ କରି ଆଶାୟୀ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ରିପୋର୍ଟ ଆଧାରରେ ହିଁ ଟିକେଟ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.