ବିଜେପି କାର୍ଯ୍ୟାଳୟରେ ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଯୌନ ନିର୍ଯ୍ୟାତନା: ମାମଲା ରୁଜ୍ଜୁ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | September 23, 2021 IST

ମୁମ୍ବାଇ ୨୩/୦୯ : ମୁମ୍ବାଇରେ ବିଜେପିର ଜଣେ ମହିଳା କାର୍ଯ୍ୟକର୍ତ୍ତା ନିଜର ସହଯୋଗୀ ପୋଲିସ ବିରୋଧରେ ଅସଦାଚରଣ ମାମଲା ରୁଜ୍ଜୁ କରିଛନ୍ତି। ମହିଳା କହିଛନ୍ତି ଯେ ଅଭିଯୁକ୍ତ ବିଜେପି କାର୍ଯ୍ୟାଳୟରେ ତାଙ୍କ ଯୌନ ନିର୍ଯ୍ୟାତନା ଦେଇଛି। ବୋରିଭଲି ପୋଲିସ ମାମଲା ରୁଜ୍ଜୁ କରିଛି। ମୁମ୍ବାଇ ପୋଲିସ ଅନୁଯାୟୀ, ପୀଡିତା ବୁଧବାର ଦିନ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୫୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛନ୍ତି।

ମାମଲାରେ ମୁମ୍ବାଇ ମେୟର ଓ ଶିବସେନା ନେତା କିଶୋରୀ ପେଡନେକର କହିଛନ୍ତି ଯେ ସେ ପୀଡିତାଙ୍କୁ ଓ ପୋଲିସ ଅଧିକାରୀଙ୍କୁ ସାକ୍ଷାତ କରିବେ। ତାଛଡା ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଏବେ ବିଜେପି ନେତା କେଉଁଠି ଅଛନ୍ତି ? ପୀଡିତା ବିଜେପି ବିଧାୟକ ଓ ସାଂସଦଙ୍କୁ ସାହାଯ୍ୟ ମାଗିଥିଲେ କିନ୍ତୁ କିଛି ଲାଭ ହୋଇନଥିଲା।

ପୋଲିସ କହିଛି, ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ମୁମ୍ବାଇର ବୋରିଭଲି ପଶ୍ଚିମର ବିଜେପି କାର୍ଯ୍ୟକର୍ତ୍ତା। ଅଗଷ୍ଟ ୧୫ ତାରିଖରେ ସେ ପୀଡିତାଙ୍କୁ ଦଳର ଜଣେ କାଉନସିଲରଙ୍କ ସହ ସାକ୍ଷାତ କରାଇବାକୁ ବିଜେପି କାର୍ଯ୍ୟାଳୟକୁ ଡାକିଥିଲେ। ସେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ସହ ଯୌନ ନିର୍ଯ୍ୟାତନା କରିଥିଲେ। ପୋଲିସ କହିଛି ଯେ ପୀଡିତା ମାମଲା ରୁଜ୍ଜୁ କରିବା ପରେ ଅଭିଯୁକ୍ତ ଫେରାର ଅଛି। ପୋଲିସ ଅଭିଯୁକ୍ତକୁ ଖୋଜୁଛି ଏବଂ ଯାଞ୍ଚ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.