‘ପଶ୍ଚିମବଙ୍ଗରେ ଆମର ବିଜୟ ନିଶ୍ଚିତ’- ବିଜେପି ସଂସଦୀୟ ଦଳ ବୈଠକରେ ଦୃଢତାର ସହ କହିଲେ ମୋଦି, ସବୁ ନେତାଙ୍କୁ ନିଜ ଦାୟିତ୍ୱ ତୁଲାଇବାକୁ କଲେ ଆହ୍ୱାନ

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦।୦୩: ଜୋସ୍‌ ଭରିଲେ ପ୍ରଧାନମନ୍ତ୍ରୀ । ଦଳୀୟ କର୍ମା ଓ ନେତାଙ୍କ ମନରେ ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ଏଥର ବିଜେପିର ସରକାର । ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ଭୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଦଳର ସମସ୍ତ ସାଂସଦଙ୍କୁ ନିଜ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଉ ଦିନ କେଇଟା ପରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯେଉଁଥିଲାଗି ନିର୍ବାଚନ କମିଶନର ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି । ତେବେ ୫ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ଦଳୀୟ ରଣନୀତ ନେଇ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ । ତେବେ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ। ଆଗାମୀ ଦିନରେ ବିଜେପି ହିଁ ପଶ୍ଚିମବଙ୍ଗରେ ସରକାର ଗଢିବ ।

ଏହାପୂର୍ବରୁ ୧୭ମାର୍ଚ୍ଚ,୨୦୨୦ରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା । ଦେଶରେ କରୋନା ମହାମାରୀ ଲାଗି ଏବର୍ଷ ବିଳମ୍ବ ବସିଛି ବୈଠକ । ତେବେ ଏହାପୂର୍ବରୁ ଦଳର ନିର୍ବାଚନ କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଯେପରି କେନ୍ଦ୍ର ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନାକୁ କିପରି ସାଧାରଣଲୋକଙ୍କ ନିକଟରେ ପହଞ୍ଚାଯିବ । ସେଥିଲାଗି ପାର୍ଟିର ସମସ୍ତ ସାଂସଦ ଓ ନେତାଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ ସମେତ ଅନେକ ବରିଷ୍ଠ ନେତା ସାମିଲ ଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.