ଆଜି ବିଜେପିର ପାର୍ଲାମେଣ୍ଟ ବୋର୍ଡ ମିଟିଂ, ସଂସଦରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ ନେଇ ଆଲୋଚନା

Published By : Prameya-News7 Bureau | July 09, 2019 IST

ନୂଆଦିଲ୍ଲୀ ୯|୭:  ଆଜି ସଂସଦରେ ବିଜେପିର ପାର୍ଲାମେଣ୍ଟ ବୋର୍ଡ ମିଟିଙ୍ଗ ବସିବ । ସକାଳ ସାଢେ ୯ ରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବାରୋପ କରାଯିବ । ଏଥି ସହିତ ସଂସଦରେ କିଏ କେଉଁ ପ୍ରସଙ୍ଗ ଉପସ୍ଥାପିତ କରିବ ତାକୁ ନେଇ ଆଲୋଚନା ହେବ । ସେପଟେ ଆଜି କଂଗ୍ରେସର ମଧ୍ୟ ସଂସଦୀୟ ଦଳ ବୈଠକ ବସୁଛି । ସକାଳ ୧୦ଟାରେ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧି ଏହି ବୈଠକ ଡାକିଛନ୍ତି । ବୈଠକରେ ମୁଖ୍ୟତଃ କଂଗ୍ରେସ ଅଧ୍ୟକ୍ଷ  ପଦକୁ ଆଲୋଚନା ହେବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରାଯିବାର ସମ୍ଭାବନା  ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.