ଘରେ ଶୋଇଥିବା ସମୟରେ ବିଜେପି ପଞ୍ଚାୟତ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | May 31, 2019 IST

ବେଗୁସରାୟ ୩୧/୫ : ବିହାର ବେଗୁସରାୟରେ ବିଜେପି ପଞ୍ଚାୟତ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ବିଜେପି ପଞ୍ଚାୟତ ଅଧ୍ୟକ୍ଷ ହେଲେ ଗୋପାଳ କୁମାର ସିଂହ । ଗୋପାଳ କୁମାର ନିଜ ଘରେ ଶୋଇଥିବା ସମୟରେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଗୋପାଳ ସିଂହ ପ୍ରତିଦିନ ଭଳି ଘରର କବାଟ ନିକଟରେ ଖଟ ପକାଇ ଶୋଇଥିଲେ । ସକାଳେ କେହି ତାଙ୍କ ମୁଣ୍ଡରେ ହାତୁଡିରେ ପ୍ରହାର କରିବା ପରେ ଗୁଳି କରିଥିବା ଆଶଙ୍କା କରାଯାଉଛି । ଘରଲୋକେ ହତ୍ୟା ସମ୍ପର୍କରେ ବିଳମ୍ବରେ ଜାଣିଥିଲେ । ସକାଳେ ଘରଲୋକ ଗୋପାଳଙ୍କୁ ଉଠାଇବାକୁ ଯିବାପରେ ଜାଣିଥିଲେ ତାଙ୍କୁ ହତ୍ୟା କରାଯାଇଛି । ଘରଲୋକେ ସାଙ୍ଗେସାଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ସିଂଘୋଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଗୋପାଳଙ୍କ ସହ କାହାର କୌଣସି ଶତୃତା ନଥିବା ପରିବାରଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.