‘ପରୀ’ ପ୍ରସଙ୍ଗରେ ବିଜେପିର ପଦଯାତ୍ରା, ଜାନୁଆରୀ ୧୨ ଯାଏଁ ଚାଲିବ

Published By : Prameya-News7 Bureau | January 05, 2021 IST

ଭୁବନେଶ୍ବର ୫।୧: ପରୀ ପ୍ରସଙ୍ଗରେ ଆଜିଠୁ ପୁଣି ବିଜେପି କରିବ ପଦଯାତ୍ରା । ଆଜିଠୁ ଜାନୁଆରୀ ୧୨ ତାରିଖ ଯାଏଁ ସାରା ଓଡ଼ିଶାରେ ୧୦ ହଜାର ସ୍ଥାନରେ ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରି ପଦଯାତ୍ରା କରିବ ବିଜେପି । ପ୍ରସିଦ୍ଧ ଦେବୀ ପୀଠଗୁଡିକରେ ବିଜେପି ପକ୍ଷରୁ ଦୀପ ଦାନ କରାଯିବ ।

ଆସନ୍ତା ୧୨ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହେବ । ଦୋଷୀଙ୍କୁ ଗିରଫ କରିବା ସହିତ ମାମଲାରେ ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା । ପରୀକୁ ନ୍ୟାୟ ଦେବା ଲାଗି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.