ବିଜେପିର ୮ ଘଣ୍ଟିଆ ପଦ୍ମପୁର ବନ୍ଦ ପାଳନ, ଅଖ-ଚକ ସବୁ ଠପ୍

Published By : Prameya-News7 Bureau | November 01, 2021 IST

ପଦମପୁର, ୦୧|୧୧:  ୮ ଘଣ୍ଟିଆ ପଦ୍ମପୁର ବନ୍ଦ । ଅଖ, ଚକ ବନ୍ଦ ଘୋଷଣା କରିଛି ପଦ୍ମପୁର ବିଜେପି। ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡର ସି.ବିଆଇ ତଦନ୍ତ ଦାବିରେ ଏହିବନ୍ଦ କରାଯାଇଛି ।

ମୁଖ୍ୟତଃ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି କରିଛି ବିଜେପି  । ମମିତାଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ଏହାସହ ସିବିଆଇ ତଦନ୍ତ ଦାବିରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ପାଳନ କରୁଛି ଦଳ ।

ବନ୍ଦ ବେଳେ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଛି  । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ଦଳ ନିବେଦନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.