Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ତାମିଲନାଡୁ ବିଧାନସଭା ନିର୍ବାଚନ : ଏଆଇଏଡିଏମକେ ସହ ଛିଡିଲା ଆସନ ବୁଝାବଣା, ୨୦ଟି ସିଟରେ ଲଢିବ ବିଜେପି

6/03/2021 at 10:04 AM

ଚେନ୍ନାଇ୦୬/୦୩ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଓ ଏଆଇଏଡିଏମକେ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ସହମତି ପ୍ରକାଶ ପାଇଛି । ବିଜେପି ଏଠାରେ ମୋଟ୍ ୨୦ଟି ଆସନରେ ନିର୍ବାଚନ ଲଢିବ । ଏହାବ୍ୟତୀତ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ।

ଏପ୍ରିଲ ୬ ତାରିଖରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସରକାରରେ ଏଆଇଏଡିଏମକେ ଥିବା ଶୁକ୍ରବାର ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ କେ ପଲ୍ଲାନୀସ୍ୱାମୀ ସେଲମ ଆଡାପଡିରେ ଓ ଉପ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ ବଡିନାୟକ୍କନୁରରୁ ନିର୍ବାଚନ ଲଢିବେ ।  ସେହିପରି ବରିଷ୍ଠ ନେତା ଡି ଜୟକୁମାର ରୋୟାପୁରମ, ସିବି ସନମୁଗମ ବିଲ୍ଲୁପୁରମରୁ ମୁକାବିଲା କରିବେ ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଗତ କିଛିଦିନ ତଳେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଏପ୍ରିଲ ୬ରେ ମତଦାନ ହେବ । ଏହି ଦିନ ମଲପୁରମ ଓ କନ୍ୟାକୁମାରୀ ଲୋକସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ ହେବ ।

ଏହାମଧ୍ୟରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଦଳର ରାଜ୍ୟ ନିର୍ବାଚନ ସମିତିଙ୍କ ନିକଟରେ ଏକ ଆବେଦନ କରିଛନ୍ତି । କନ୍ୟାକୁମାରୀ ଲୋକସଭା ଆସନରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଉ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ଏହି ନିର୍ବାଚନ ଏପ୍ରିଲ ୬ରେ ଅନୁଷ୍ଠିତ ହେବ ।  

   Related Posts