Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ତେଲ ଦର କମାଇବାକୁ ଗର୍ଜନ କରୁଥିଲେ ବିରୋଧି, କିନ୍ତୁ ଅଣବିଜେପି ରାଜ୍ୟରେ କମୁନି ଭାଟ୍

6/11/2021 at 8:09 AM

ନୂଆଦିଲ୍ଲୀ ୦୬/୧୧: ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ଫଳରେ ୨୨ ରାଜ୍ୟ ଭାଟ୍ ହ୍ରାସ କରିଥିଲେ । ପେଟ୍ରୋଲ ଓ ଡ଼ିଜେଲ ଦର କମିଥିଲା । ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଥିଲା । ତେବେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏବେସୁଦ୍ଧା ଭାଟ୍ ହ୍ରାସ କରିନାହାଁନ୍ତି । ଏହି ସବୁ ରାଜ୍ୟରେ କେବଳ ଗ୍ରାହକ କେନ୍ଦ୍ର ସରକାରଙ୍କ ରିହାତିର ଲାଭ ଉଠାଉଛନ୍ତି ।

ଯେଉଁ ସବୁ ରାଜ୍ୟ ଭାଟ୍ ହ୍ରାସ କରିନାହାଁନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ କଂଗ୍ରେସ ସରକାର ରହିଛି  । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡଖଣ୍ଡ, ଛତିଶଗଡ, ପଞ୍ଜାବ ଓ ରାଜସ୍ଥାନ ରହିଛନ୍ତି ।

ଭାଟ୍ ହ୍ରାସ କରିବାରେ ଆଗରେ ରହିଛି କର୍ଣ୍ଣାଟକ । ଏହାପରେ ପଣ୍ଡିଚେରୀ ଓ ମିଜୋରାମ ରହିଛନ୍ତି । ଏହି ସବୁ ରାଜ୍ୟରେ ପେଟ୍ରୋଲ ଦାମ ଯଥାକ୍ରମେ ୧୩.୩୫, ୧୨.୮୫ ଓ ୧୨.୬୨ ଟଙ୍କା ହ୍ରାସ ପାଇଛି । ଡିଜେଲ ମାମଲାରେ ସବୁଠାରୁ ଅଧିକ ଭାଟ୍ ହ୍ରାସ କରିଛି କର୍ଣ୍ଣାଟକ । ଏଠାରେ ଡିଜେଲ ୧୯.୪୯ ଟଙ୍କା ହ୍ରାସ ପାଇଛି ।

ତେବେ ଅନେକ ଅଣ ବିଜେପି ରାଜ୍ୟରେ ଭାଟ୍ ହ୍ରାସ ହୋଇନଥିବାରୁ ଟାରେଗ୍ଟ କରିଛ ବିଜେପି । ବିରୋଧୀ ଲଗାତର ତୌଳବୃଦ୍ଧିକୁ ନେଇ କେନ୍ଦ୍ରକୁ ସମାଲୋଚନା କରୁଛନ୍ତି କିନ୍ତୁ ନିଜ ସରକାରରେ ଭାଟ୍ ହ୍ରାସ କରୁନାହାଁନ୍ତି । ଯଦି କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟ ଲୋକଙ୍କୁ ଆଶ୍ୱସ୍ତି ଦେଇପାରୁଛନ୍ତି ଦେବେ ଅଣ ବିଜେପି ରାଜ୍ୟ କଣ ପାଇଁ ପାରିବନି ବୋଲି ବିଜେପି ପ୍ରଶ୍ନ କରିଛି ।

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ, ରାଜସ୍ଥାନ ସରକାର ୩୨.୧୯ ଟଙ୍କା, ମହାରାଷ୍ଟ୍ର ସରକାର ୩୧ ଟଙ୍କା ଭାଟ୍ ନେଉଛନ୍ତି । ବିଜେପି ଶାସିତ ଉତ୍ତର ପ୍ରଦେଶରେ ଭାଟ୍ ରହିଛି ୨୧.୮୬ ଟଙ୍କା ଓ ଉତ୍ତରାଖଣ୍ଡରେ ୨୦.୪୬ ଟଙ୍କା । କେନ୍ଦ୍ର ସରକାର ଲୋକଙ୍କ କଥା ଚିନ୍ତା କରନ୍ତି ବୋଲି ସେ କହିଛନ୍ତି ।

   Related Posts