ବିଜେପି ୱେବସାଇଟ ହ୍ୟାକ : ସାଇଟରେ ଆସୁଛି ଫେକ ଫଟୋ ଏବଂ ଅଶ୍ଳୀଳ କମେଣ୍ଟ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ବିଜେପିର ଅଫିସିଆଲ ୱେବସାଇଟ ମଙ୍ଗଳବାର ସକାଳୁ ହ୍ୟାକ ହୋଇଯାଇଛି | ଏନେଇ ଲଗାତର ଲୋକେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି | bjp.org ଖୋଲିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସାଇଟ ଖୋଲୁନି | ସାଇଟ ଏପର୍ଯ୍ୟନ୍ତ ଡାଉନ ଅଛି |


ଟ୍ୱିଟରରେ ଏନେଇ କିଛି ଲୋକେ ଅଭିଯୋଗ କରିବା ସହ ସ୍କ୍ରିନସଟ ମଧ୍ୟ ଦେଇଛନ୍ତି | ସ୍କ୍ରିନସଟ ଅନୁଯାୟୀ, ବିଜେପିର ୱେବସାଇଟ ହ୍ୟାକ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଫଟୋ ସେୟାର କରାଯାଇଛି | ଫଟୋରେ ମୋଦି ଜର୍ମାନୀର କୁଳପତି ଏଞ୍ଜେଲା ମାର୍କଲଙ୍କ ସହ ଦେଖିବାକୁ ମିଳିଛି | ସେଥିରେ କିଛି ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି |ଏହାକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ |

{"id":90821}


ସୂଚନାଯୋଗ୍ୟ ଯେ, ବିଜେପି ୱେବସାଇଟ ଦେଶର ସବୁଠାରୁ ବ୍ୟସ୍ତ ୱେବସାଇଟ ମଧ୍ୟରୁ ଗୋଟିଏ | ବିଜେପିର ଅଫିସିଆଲ ୱେବସାଇଟରେ ଦଳର ଇତିହାସ, ଦଳର ସମସ୍ତ ନେତା, ରାଜ୍ୟ ସରକାର, ଦଳର କର୍ମୀଙ୍କ ସମ୍ପର୍କରେ ସମସ୍ତ ସୂଚନା ଦିଆଯାଇଥିଲା |

{"id":90820}


କଂଗ୍ରେସର ଆଇଟି ସେଲ ପ୍ରମୁଖ ଦିବ୍ୟା ସ୍ପନ୍ଦନା ମଧ୍ୟ ଏ ସମ୍ପର୍କରେ ଟ୍ୱିଟ କରିଛନ୍ତି | ସେ ଲେଖିଛନ୍ତି ଯେ, "ଭାଇ ଏବଂ ଭଉଣୀ, ଯଦି ଆପଣ ଏବେ ବିଜେପି ୱେବସାଇଟ ଦେଖି ନାହାନ୍ତି ତାହେଲେ ଆପଣ କିଛି ମିସ କରୁଛନ୍ତି |"
ଏହା ପୂର୍ବରୁ ମଧ୍ୟ ଦେଶର ଅନେକ ବଡ ବଡ କମ୍ପାନୀର ୱେବସାଇଟ ହ୍ୟାକ କରାଯାଇଛି | କିଛି ଦିନ ପୂର୍ବରୁ କିଛି ଅଭିନେତା, ନେତା ଏବଂ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା | କିଛି ଦିନ ପୂର୍ବରୁ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅଭିଷେକ ବଚ୍ଚନଙ୍କ ସମେତ ଅନେକ ବଡ ବଡ କଳାକାରଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା |


ୱେବସାଇଟରେ ଏକ ମେସେଜ ମଧ୍ୟ ଆସୁଛି ଯେ, "ଆମେ ଖୁବ ଶୀଘ୍ର ଉପଲବ୍ଧ ହେବୁ, କିଛି ତ୍ରୁଟି ଯୋଗୁଁ ଏବେ ସାଇଟ ଆସୁନାହିଁ ସେଥିପାଇଁ ଆମେ କ୍ଷମା ଚାହୁଁଛୁ |"
ଗତବର୍ଷ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଏସ.ଏସ ଆଲୁବାଲିଆ ସୂଚନା ଦେଇଛନ୍ତି ଯେ, ୨୦୧୭-୧୮ ମସିହା ମଧ୍ୟରେ ୧୦୦ଟି ସରକାରୀ ୱେବସାଇଟ ହ୍ୟାକ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.