Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ, ମଣ୍ଡଳ କମିଶନ ସୁପାରିଶରେ ଦିଆଯାଉନି ସଂରକ୍ଷଣ

29/11/2021 at 1:33 PM

ଭୁବନେଶ୍ୱର ୨୯।୧୧:  ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ । ମଣ୍ଡଳ କମିଶନ ସୁପାରିଶ ଅନୁସାରେ ୨୭% ସଂରକ୍ଷଣ ଦିଆଯାଉନି । ଓବିସିମାନଙ୍କୁ କେବଳ ୧୧% ଆରକ୍ଷଣ ମିଳୁଛି । ସ୍କୁଲ କଲେଜରେ ଓବିସି ଛାତ୍ରଛାତ୍ରୀଙ୍କୁ ବିଲକୁଲ ଆରକ୍ଷଣ ମିଳୁନି । ଏଠାରେ ଦନ୍ତହୀନ ଓବିସି କମିଶନ ଗଠନ କରାଯାଇଛି ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ଅଧ୍ୟକ୍ଷ କେ. ଲକ୍ଷ୍ମଣ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ୫୦ ପ୍ରତିଶତ ଆରକ୍ଷଣ ବାହାନାରେ ନିର୍ବାଚନରେ କେଉଁଠି ୫% ତ କେଉଁଠି ୧୦ ପ୍ରତିଶତ ଆରକ୍ଷଣ ଦେଉଛନ୍ତି । ବିଜେପି ଓବିସି ମୋର୍ଚ୍ଚାର ଦାବି, କାହିଁକି ମଣ୍ଡଳ କମିଶନ ସୁପାରିସ ଆଧାରରେ ସରଂକ୍ଷଣ ଦେଉନାହାନ୍ତି ଓଡ଼ିଶା ସରକାର ? ମଣ୍ଡଳ କମିଶନ ସୁପାରିସ ଅନୁସାରେ ରାଜ୍ୟ ସରକାର ୨୭ % ଆରକ୍ଷଣ ଦିଅନ୍ତୁ । ବିଜେପି ଏଥିପାଇଁ ଆଗକୁ ଆନ୍ଦୋଳନ କରିବ । ପ୍ରତି ମଣ୍ଡଳରେ କମିଟି ଗଠନ କରି ଆନ୍ଦୋଳନ କରିବୁ । ପଛୁଆବର୍ଗର ସ୍ୱାର୍ଥ ପାଇଁ ଲଢେଇ କରିବୁ । ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅବସରରରେ ଏହି ସୂଚନା ଦେଇଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କେ. ଲକ୍ଷ୍ମଣ । ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ଅଧ୍ୟକ୍ଷ କେ ଲକ୍ଷ୍ମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାରଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

   Related Posts