ଗାନ୍ଧୀନଗର ମହାନଗର ନିଗମ ନିର୍ବାଚନରେ ବିଜେପିର ଦମଦାର୍ ବିଜୟ, ସଫା ହୋଇଗଲେ କଂଗ୍ରେସ ଓ ଆପ୍

Published By : Prameya-News7 Bureau | October 05, 2021 IST

ଗାନ୍ଧୀନଗର, ୦୫|୧୦:    ପୁଣି ମୋଦୀ ମ୍ୟାଜିକ୍ । ଗୁଜୁରାଟ ଗାନ୍ଧୀନଗରରେ ହୋଇଥିବା ମହାନଗର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ବାଜିମାତ କରିଛି ବିଜେପି । ବିରୋଧି କଂଗ୍ରେସ ଓ ଆମ ଆଦମୀ ପାର୍ଟି ଏକ ପ୍ରକାର ସଫା ହୋଇଯାଇଛନ୍ତି । ବିଜେପି ମୋଟ ୪୪ ଆସନରୁ ୪୦ଟି ଆସନକୁ କବଜା କରିବାରେ ସଫଳ କରିଛି ।

ଗୁଜୁରାଟର ରାଜଧାନୀ ଗାନ୍ଧୀ ନଗର ମହାନଗର ନିଗମ ପାଇଁ ରବିବାର  ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ମଧ୍ୟ ଭୋଟଦାନ କରିଥିଲେ । ୯୯ବର୍ଷୀୟା ହୀରାବେନ୍ ସକାଳ ୯ଟା୩୦ରେ ଭୋଟଦାନ କରିଥିଲେ ।

ମଙ୍ଗଳବାର ନିର୍ବାଚନର ଫଳ ପ୍ରକାଶ ପାଇଛି । ଭାରତୀୟ ଜନତା ପାର୍ଟିର ଏହି ଗଡରେ ବିଜେପି ୯୦ ପ୍ରତିଶତ ସିଟ୍ ହାସଲ କରିବାରେ ସଫଳ ହୋଇଛି । କଂଗ୍ରେସ ଖାତାକୁ ୩ଟି ଓ ଆପ୍ ଖାତାକୁ ଗୋଟିଏ ସିଟ୍ ଯାଇଛି ।

ସୂଚନାଯୋଗ୍ୟ, ଗାନ୍ଧୀନଗରରେ ୪୪ଟି ଆସନରେ ମତଦାନ ହୋଇଥିଲେ । କଂଗ୍ରେସ ଓ ବିଜେପି ମଧ୍ୟରେ ଏହି ମୁକାବିଲା ହେଉଥିଲା । ତେବେ ଆମ୍ ଆଦମୀ ପାର୍ଟି ଏଥିରେ ଏଣ୍ଟ୍ରି କରିବା ପରେ ମୁକାବିଲା ତ୍ରିକୋଣୀୟ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.