ବିଜେପିକୁ ମିଳିଛି ନୂଆ ନିର୍ବାଚନୀ ସ୍ଲୋଗାନ, 'ମେଁ ଭି ଚୌକିଦାର ହୁଁ' ଅଭିଯାନ ଚଳାଇଛି ବିଜେପି : ରାହୁଲଙ୍କ ପାଇଁ ଏହା ହେବ କି ବୁମେରାଙ୍ଗ ?

Published By : Prameya-News7 Bureau | March 17, 2019 IST

ଦିଲ୍ଲୀ ୧୭/୩ : ୨୦୧୪ରେ ଚାଏବାଲା, ୨୦୧୯ରେ ଚୌକିଦାର । ବିଜେପିକୁ ମିଳି ଯାଇଛି ନୂଆ ନିର୍ବାଚନୀ ସ୍ଲେଗାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟ୍ ଆକାଉଣ୍ଟର ନାଁ ବଦଳି ଯାଇ ହୋଇ ଯାଇଛି ଚୌକିଦାର ନରେନ୍ଦ୍ର ମୋଦି । କେବଳ ମୋଦି ନୁହନ୍ତି, ଅମିତ ଶାହା, ଅରୁଣ ଜେଟଲୀ, ପୀୟୁଶ ଗୋଏଲ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏମିତି ସମସ୍ତ ବିଜେପି ହେଭିୱେଟ୍ ସେମାନଙ୍କ ଟୁଇଟର ଆକାଉଣ୍ଟରେ ଚୌକିଦାର ଶବ୍ଦ ଯୋଡି ଦେଇଛନ୍ତି ।

{"id":94574}

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଥିଲେ, 'ମେ ଭି ଚୌକିଦାର ଅଭିଯାନ' । ରାଫେଲ ପ୍ରସଙ୍ଗରେ କଟାକ୍ଷ କରି ରାହୁଲ ଗାନ୍ଧୀ 'ଚୌକିଦାର ଚୋର ହେ' ସ୍ଲୋଗାନ ଦେଉଥିବା ବେଳେ, ତାକୁ କାଉଣ୍ଟର କରି ବିଜେପି ଆରମ୍ଭ 'ମେ ଭି ଚୌକିଦାର ଅଭିଯାନ' । ଦେଶର ବିକାଶରେ ଯୋଗଦାନ କରୁଥିବା ସମସ୍ତେ ଜଣେ ଜଣେ ଚୌକିଦାର ବୋଲି କହିଛନ୍ତି ମୋଦି । 'ମେ ଭି ଚୌକିଦାର ଅଭିଯାନ'କୁ ଜୋରଦାର କରିବା ଲାଗି ସୋସିଆଲ ମିଡିଆରେ ଛାଇ ଯାଇଛି ଏକାଧିକ ଭିଡିଓ । ରାହୁଲଙ୍କ କଟାକ୍ଷ ବାଣୀରୁ ମଞ୍ଜି ଖୋଜି ପାଇଛି ବିଜେପି ।

{"id":94575}

ଫେରିଯିବା ୫ବର୍ଷ ତଳକୁ । ୨୦୧୪ରେ କଂଗ୍ରେସ ନେତା ମଣିଶଙ୍କର ଆୟାର ଦେଇଥିଲେ ଏକ ବିବାଦୀୟ ବୟାନ । ମୋଦିଙ୍କୁ ଚାଏବାଲା କହି ତାତ୍ସଲ୍ୟ କରିଥିଲେ । ମୋଦି କେବେ ବି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ତ୍ରିବାର ସତ୍ୟ କହି କହିଥିଲେ ।

{"id":94576}

ହେଲେ ଅଚାନକ ବିଜେପି ଏହି 'ଚାଏବାଲା' ଶବ୍ଦକୁ ଧରି  ନେଇଥିଲା ବିଜେପି । ମୋଦି କହିଥିଲେ, ମୁଁ ଚାହା ବିକେ ଦେଶକୁ ନୁହେଁ । ଆରମ୍ଭ ହୋଇଥିଲା ଚାଏ ପେ ଚର୍ଚ୍ଚା । ତାପରେ ଯାହା ଘଟିଲା ସେସବୁ ଦେଶର ରାଜନୀତିରେ ନୂଆ ଇତିହାସ ଲେଖିଲା । ମୋଦିଙ୍କୁ ମିଳିଲା ଆଶାତୀତ ସଫଳତା ।

{"id":94577}

ମୋଦି ହେଲେ ପ୍ରଧାନମନ୍ତ୍ରୀ । ମଣିଶଙ୍କର ଆୟାରଙ୍କ ଗୋଟିଏ ଶବ୍ଦରେ, କଂଗ୍ରେସ ଡୁବି ମିଲାଇଗଲା, ଯେମିତି ଚାହା କପ୍‌ରେ ବିସ୍କୁଟ । ମଣିଶଙ୍କର ଆୟାରଙ୍କୁ ବି କଂଗ୍ରେସ ଆଡ କରି ଦେଲା ।

{"id":94578}

ଏବେ ପୁଣି ନୂଆ ନାରା ସାମ୍ନାକୁ ଆସିଛି । ବିଜେପିର ସବ୍ କା ସାଥ ସବ୍‌ କା ବିକାଶ ନାରା ଫିକା ପଡି ଯାଇଥିଲା, ରାଫେଲ ପ୍ରସଙ୍ଗରେ ଦଳ ଅଡୁଆରେ ଫଶିଥିଲା, ବାଲାକୋଟ୍‌ରେ ଆତଙ୍କୀଙ୍କ ମୃତ୍ୟୁ ସଂଖ୍ୟା ଘୋର କନଫ୍ୟୁଜନ ତିଆରି କରିଥିଲା, ଠିକ୍ ଏତିକି ବେଳେ ଏବେ ପୁଣି ଥରେ ମୋଦିଙ୍କ ହାତରେ ନୂଆ ପ୍ରଚାର ଅସ୍ତ୍ର ଧରାଇ ଦେଇଛନ୍ତି ରାହୁଲ ।

{"id":94579}

ରାହୁଲଙ୍କ ପାଇଁ ଏହା ବୁମେରାଂ ହେବ କି  । ୨୦୧୯ରେ ମୋଦିଙ୍କ ପାଇଁ ଚୌକିଦାର ସ୍ଲୋଗାନ କାମ ଦେବ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.