Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆମେଠୀରେ ବିଜେପି ନେତାଙ୍କୁ ହତ୍ୟା, ରାଜନୈତିକ ଶତ୍ରୁତା ଅଭିଯୋଗ ଆଣିଲେ ପୁଅ, ମୃତକଙ୍କ ପରିବାରକୁ ଭରସା ଦେଲେ ସ୍ମୃତି ଇରାନୀ, ‘ଦୋଷୀକୁ ଦଣ୍ଡ ମିଳିବ’

26/01/2021 at 2:51 PM

ଆମେଠୀ, ୨୬/୦୧: ଉତ୍ତର ପ୍ରଦେଶର ଆମେଠୀ ଜିଲ୍ଲା ଅନ୍ତର୍ଗତ ରମଇ ଗ୍ରାମରେ ଜଣେ ବିଜେପି ନେତା ଯୋଗେଶ୍ୱର ବର୍ମାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ବିଜେପି ନେତାଜଣଙ୍କ ପୂର୍ବରୁ ସରପଞ୍ଚ ମଧ୍ୟ ଥିଲେ । ତାଙ୍କୁ ସୋମବାର ସକାଳେ ଗୁଳିମାଡ କରାଯାଇଥିଲା । ଗ୍ରାମଠୁ କିଛି ଦୂରରେ ତାଙ୍କ ମୃତଦେହ ଠାବ ହୋଇଥିଲା । ଏହି ଖବର ପରେ ଦଳର ବରିଷ୍ଠ ନେତା ଘଟଣାସ୍ଥଳରେ ପହଁଚିଛନ୍ତି । ଏସପି ଦିନେଶ ସିଂ ତଦନ୍ତ ଆମ୍ଭ କରିଛନ୍ତି । ତେବେ ମୃତକଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ପୋଲିସ ୩ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ।  

ଯୋଗେଶ୍ୱର କୌଣସି କାମରେ ରବିବାର ସକାଳେ ଘରୁ ବାହାରିଥିଲେ । ସନ୍ଧ୍ୟାରେ ତାଙ୍କ ପୁଅ ରାମମିଲନ ତାଙ୍କୁ ଫୋନ୍ କରିଥିଲେ । ଯୋଗେଶ୍ୱର କୌଣସି କାମରେ ବାହାରକୁ ଯାଇଥିବା କହିଥିଲେ । ରାତି ହୋଇଯାଇଥିଲେ ମଧ୍ୟ ସେ ଫେରିନଥିଲେ ।ଏହାପରେ ପୁଅ ପିତାଙ୍କୁ ଖୋଜିବାକୁ ବାହାରିଥିଲେ ମଧ୍ୟ ପାଇନଥିଲେ । ସୋମବାର ସକାଳେ ତାଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କ ଶରୀରରେ ଗୁଳି ମାଡ ହୋଇଥିବା ଦାଗ ରହିଥିଲା ।

ଏହି ଖବର ବିଜୁଳି ବେଗରେ ଚାରିଆଡେ ବ୍ୟାପି ଯାଇଥିଲା । ବିଜେପିର ଜିଲ୍ଲା ସଭାପତି ଦୁର୍ଗେଶ ତ୍ରିପାଠୀଙ୍କ ସମେତ ଅନେତ ନେତା ଘଟଣାସ୍ଥଳରେ ପହଁଚିଥିଲେ । ପୋଲିସ ମଧ୍ୟ ପହଁଚି ମୃତଦେହ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାଜନୈତିକ ଶତ୍ରୁତାରୁ ବାପାଙ୍କୁ ହତ୍ୟା କରାଯାଇଥିବା ପୁଅ ଅଭିଯୋଗ କରିଛନ୍ତି । ତେବେ ଆମେଠୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମୃତକଙ୍କ ପୁଅଙ୍କ ସହ କଥା ହେବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏହାସହ ଦୋଷୀକୁ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି ।

   Related Posts