Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ପଶ୍ଚିମବଙ୍ଗ ଭୋଟ୍ ବେଳେ ହିଂସା : ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗ, ଗାଡି ଭଙ୍ଗାରୁଜା

1/04/2021 at 11:12 AM

କୋଲକାତା, ୦୧।୦୪:    ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ବୁଥ ରିଗିଂ ଓ ହିଂସାକାଣ୍ଡ ଭଳି ଘଟଣା ସାମ୍ନାକୁ ଆସିଛି । ଗୁରୁବାର ସକାଳୁ ଅନେକ ଆସନରେ ଇଭିଏମରେ ତ୍ରୁଟି ଓ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି । ଉଭୟ ବିଜେପି ଓ ଟିଏମସି ପରସ୍ପର ଉପରେ ଭୋଟରଙ୍କୁ ଧମକାଇବା ଅଭିଯୋଗ ଆଣିଛନ୍ତି ।

ପଶ୍ଚିମ ମେଦିନାପୁରରେ ବିଜେପି ନେତା ତନ୍ମୟ ଘୋଷ ଅଭିଯୋଗ କରିଛନ୍ତି ଯେ, ତାଙ୍କ କାର୍ ଉପରେ ଟିଏମସି କର୍ମୀ ଆକ୍ରମଣ କରିଛନ୍ତି । କେବଳ ଏତିକି ନୁହେଁ ବିଜେପିର ଜଣେ ମହିଳା ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏପରିକି ପୋଲିସ ଅଭିଯୋଗ ଶୁଣୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେହିପରି ଡେବରାରେ ବୁଥ ନିକଟରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଭାରତୀ ଘୋଷ ଏଠାରେ ବୁଥ୍ ଏଜେଣ୍ଟକୁ ଧମକ୍ ଦିଆଯାଉଥିବା ଅଭିଯୋଗ କରିଥିଲେ । ଏହାପରେ ଟିଏମସି ବିଜେପି ବିରୋଧରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆଣିଥିଲା ।

ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ଅଭିଯୋଗ କରିଛି ଯେ, ତାଙ୍କ ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉ ନାହିଁ । ଏପରିକି ମେଦିନାପୁରର ଟିଏମସି ପ୍ରାର୍ଥୀ କିଛି ବୁଥ ରିଗିଂ କରାଯାଇଥିବା ଅଭିଯୋଗ କରିଛନ୍ତି ।

   Related Posts