ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ
2/01/2021 at 9:25 PM

ନିଶ୍ଚିନ୍ତକୋଇଲି୨/୧: ବିଜେପି ନେତାଙ୍କୁ ହତ୍ୟା।। ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି। କୁଳମଣିଙ୍କ ସହଯୋଗୀ ପଚା ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ନୃତାଙ୍ଗ କେନାଲ ବନ୍ଧରେ ସଂଘବଦ୍ଧ ଭାବେ ୨ ଜଣଙ୍କୁ ଆକ୍ରମଣ କରିଥିଲେ। ଘରକୁ ଫେରିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଫେରିବା ରାସ୍ତାରେ ୫/୬ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଭାବେ ତାଙ୍କୁ ଆକ୍ରମଣ କରିଛନ୍ତି। ଏହି ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। ମାହାଙ୍ଗା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟମନ୍ତ୍ରଣ କାର୍ଯ୍ୟ ଜାରି ରଖିଛି।
Related Posts
ତାଲାପଦରରେ ନିର୍ମଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ
17 January 2021