ବିଜେପି ନେତାଙ୍କୁ ତଣ୍ଟି ଚିପି ହତ୍ୟା, ଖଟ ଉପରେ ପଡିଥିଲା ମୃତଦେହ

Published By : Prameya-News7 Bureau | September 10, 2021 IST

ଲକ୍ଷ୍ନୌ, ୧୦।୦୯ :    ବିଜେପି ନେତାଙ୍କୁ ହତ୍ୟା । ଖଟ ଉପରେ ପଡିଥିଲା ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି ଇତ୍ତର ପ୍ରଦେଶ ବାଗପତ ଅଞ୍ଚଳରେ । ବାଗପତ ବଡୋତ ବିଜରୋଲ ଅଞ୍ଚଳରେ ରହୁଥିବା ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି ।

ଆତ୍ମାରାମଙ୍କ ମୃତଦେହ ତାଙ୍କ ଘର ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ପୋଷ୍ଟ ମଟର୍ମ ପାଇଁ ପଠାଇଛି ।  ଘଟଣାସ୍ଥଳରେ ତୋମାରଙ୍କ ଗାଡି ମଧ୍ୟ ନାହିଁ । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । 

ଶୁକ୍ରବାର ସକାଳେ ତୋମାରଙ୍କ ଡ୍ରାଇଭର ଘରେ ପହଁଚିଥିଲେ । କବାଟ ଭିତରୁ ବନ୍ଦ ଥିଲା । ସେ ଝରକା ଭାଙ୍ଗି ଭିତରକୁ ପଶିଥିଲେ । ଘରେ ଖଟ ଉପରେ ତୋମାରଙ୍କ ମୃତଦେହ ପଡିଥିବା ସେ ଦେଖିଥିଲେ । ତାଙ୍କ ଶରୀରରେ ଦାଗ ଥିଲା । ବାହାରକୁ ଆସି ସେ ପଡୋଶୀ ଓ ପୋଲିସକୁ ସୂଚନା ଦେଇଥିଲେ ।

ଆତ୍ମାରାମ ତୋମାର ଜନତା ବୈଦିକ କଲେଜର ପ୍ରଧାନଶିକ୍ଷକ ମଧ୍ୟ ରହିଥିଲେ । ୧୯୯୩ରେ ସେ ଛପରୋଲି ବିଧାନସଭାରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ୧୯୯୭ରେ ତାଙ୍କୁ ମନ୍ତ୍ରୀ ପାହ୍ୟା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.