ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପିତା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
16/01/2021 at 5:20 PM

ନୂଆଦିଲ୍ଲୀ ୧୬/୦୧ : ଭାରତୀୟ ଜତନା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପିତା ଅସୁସ୍ଥ ହୋଇପଡିଛନ୍ତି । ନଡ୍ଡାଙ୍କ ପିତା ନାରାୟଣ ଲାଲ ନଡ୍ଡାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଫଳରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତ କରାଯାଇଛି । ନାରାୟଣ ଲାଲ ନଡ୍ଡାଙ୍କୁ ଚାନ୍ଦପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବର୍ତ୍ତିକରାଯାଇଛି ।
ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଜେପି ନଡ୍ଡାଙ୍କ ପିତା ନାରାୟଣ ନଡ୍ଡା ବିଳାସପୁର ଜିଲ୍ଲା ବିଜୟପୁର ସ୍ଥିତ ଘରେ ରହୁଥିଲେ । ମିଳିଥିବା ସୂଚନା ଅନୁସାରେ ଜେପି ନଡ୍ଡାଙ୍କ ପିତା ନାରାୟଣ ଲାଲ ନଡ୍ଡା ଶନିବାର ସକାଳୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଚାନ୍ଦପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଦେଇଥିଳେ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋଟିଏ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।