Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

BJP ଜାତୀୟ ସଭାପତି ଜେ.ପି.ନଡ୍ଡା କୋଭିଡ ପଜିଟିଭ, ସମ୍ପର୍କରେ ଆସିଥିବା ଲୋକଙ୍କୁ କଲେ ସତର୍କ

13/12/2020 at 6:42 PM

ନୂଆଦିଲ୍ଲୀ ୧୩।୧୨: ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଭାପତି କରୋନା ପଜିଟିଭ ଥିବା ରବିବାର ଜଣାପଡିଛି। ସେ ନିଜେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏ ନଇ ଏକ ପୋଷ୍ଟ କରିଛନ୍ତି।  ଯେଉଁଥିରେ ତାଙ୍କଠାରେ ପ୍ରାରମ୍ଭିକ କୋଭିଡ ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷଣ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଣୁ ଏହି ସମୟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଆଇସୋଲେଟ୍‌ ହେବା ସହ ନିଜର ଯାଞ୍ଚ କରାଇ ନେବାକୁ ପରାମର୍ଶ ଦେଇଛନ୍ତି।

ନଡ୍ଡା ନିକଟରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଗସ୍ତରୁ ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରୁଥିଲେ। ଏଣୁ ସେ ତାଙ୍କର ପରୀକ୍ଷଣ କରାଇଥିବା ବେଳେ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଛନ୍ତି। ଡିସେମ୍ବର ୧୦ ତାରିଖରେ ନଡ୍ଡା ଡାଇଣ୍ଡ ହାର୍ବର କର୍ମୀସମ୍ମିଳନୀରେ ଯୋଗଦେବାକୁ କୋଲକାତା ଆସିଥିଲେ। ଏହି ଗସ୍ତକାଳରେ ତାଙ୍କୁ ରାସ୍ତାରେ ଜନ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

ବିକ୍ଷୋଭକାରୀମାନେ ତାଙ୍କ ପଟୁଆର ଉପରକୁ ଟେକାପଥର ମାଡ କରିଥିଲେ। ତେବେ ନଡ୍ଡା ବୁଲେଟପ୍ରୁଫ ଗାଡିରେ ଥିବାରୁ ତାଙ୍କୁ କୌଣସି ଆଘାତ ଲାଗିନଥିଲା। ହେଲେ ଘଟଣା ତାଙ୍କୁ ମର୍ମାହତ କରିଥିଲା। ରାଜ୍ୟରେ ସରକାରଙ୍କ ଶାସନ ନଥିବା ସେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ କେନ୍ଦ୍ର ସରକାରରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।  

   Related Posts