Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

୨୯ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

23/01/2019 at 11:45 AM

ଭୁବନେଶ୍ବର୨୩|୧: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ଜାତୀୟ ନେତାଙ୍କ ଓଡିଶା ଗସ୍ତ ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଆସିବେ । ସାଲେପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୂର୍ବରୁ ସ୍ବାସ୍ଥ୍ୟଗତ କାରଣରୁ ୧୮ରେ ଆସିବା କାର୍ଯ୍ୟକ୍ରମ ସ୍ଥଗିତ ଥିଲା ।

ଏହାପରେ ପୁଣି ଫେବୃଆରୀ ୨ ତାରିଖରେ ଅମିତ ଶାହା ପୁଣି ଓଡିଶା ଆସିବେ । ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେବେ । ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଥର ଓଡିଶା ଗସ୍ତରେ ଆସିଥିବାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘନ ଘନ କାର୍ଯ୍ୟକ୍ରମ ରହିଥିବାରୁ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହେୁଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୫ ତାରିଖରେ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡିଶା ଆସୁଛନ୍ତି । ରାଷ୍ଟ୍ରୀୟ ନେତାଙ୍କ ଗସ୍ତକୁ କାଉଣ୍ଟର କରିବା ପାଇଁ ବିଜେଡି ମଧ୍ୟ ତାର ରଣନୀତି ସ୍ଥିର କରିଛି । ଆସନ୍ତା କାଲି ଅର୍ଥାତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା କାର୍ଯ୍ୟକ୍ରମ ରହିଥିବାବେଳେ ୨୫ ତାରିଖରେ ପୁରୀରେ କାଳିଆ ଯୋଜନାର ଲାଭ ପାଇବାକୁ ଥିବା ଚାଷୀଙ୍କ ସମବେଶ ଆୟୋଦନ ହେବ । ସେହିଭଳି ୨୮ ତାରିଖରେ ଗଞ୍ଜାମରେ ନବୀନଙ୍କ ବିରାଟ ସମାବେଶ ରହିଛି ।  

   Related Posts