Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

8/09/2018 at 11:42 AM

ଦିଲ୍ଲୀ ୮/୯ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ ଆରମ୍ଭ ହେଉଛି । ଦୁଇ ଦିନିଆ ଏହି ବୈଠକ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜାତୀୟ ସ୍ତରୀୟ ପଦାଧିକାରୀ, ରାଜ୍ୟ ସଭାପତି ଓ ସଂଗଠନ ସଚିବଙ୍କ ସହିତ ଆଲୋଚନା କରିବେ । ବିଗତ ଦିନର ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା ହେବ । ବୈଠକରେ ପାର୍ଟିର ଆଗାମୀ ଦିନ ପାଇଁ କ’ଣ ଏଜେଣ୍ଡା ରହିବ ତାହା ନିଷ୍ପତ୍ତି ହେବ । ଜାତୀୟ ଗଣମାଧ୍ୟମକୁ ପାର୍ଟ ମୁଖପାତ୍ର ଶାହନବାଜ ହୁସେନ ଏହି ସୂଚନା ଦେଇଛନ୍ତି ।
ହୁୁସେନ କହିଛନ୍ତି, ଶନିବାର ଅପରାହ୍ନ ୩ଟାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ମୁଖ୍ୟ ବୈଠକ ଆରମ୍ଭ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାର୍ଟିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଏହାରି ଭିତରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଭାଷଣ ଆରମ୍ଭ ହେବ । ଏହି ଭାଷଣରେ ଆଗାମୀ ଦିନରେ ୩ଟି ରାଜ୍ୟରେ ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ବୈଠକରେ ରାଜନୈତିକ ଓ ଆର୍ଥିକ ପ୍ରସ୍ତାବ ପାସ କରାଯିବ । ଦ୍ୱିତୀୟ ଦିନରେ ନରେନ୍ଦ୍ର ମୋଦି ଉଦଯାପନୀ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।
ଦଳୀୟ ମୁଖପାତ୍ର ଶହନବାଜ ହୁସେନ କହିଛନ୍ତି, ଅଟଲ ବିହାରୀ ବାଜପେୟୀଙ୍କ ପରଲୋକ ପରେ ଏହା ହେଉଛି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ପ୍ରଥମ ବୈଠକ । ଏମିତି ବୈଠକରେ ବାଜପେୟୀଙ୍କୁ ସ୍ମରଣ କରାଯିବା ସ୍ୱାଭାବିକ । ଯଦିଓ ଅଟଲ ବିହାର ବାଜପେୟୀ ଅନେକ ବର୍ଷ ହେବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଆସିପାରି ନଥିଲେ, ତଥାପି ତାଙ୍କୁ ମନେ ପକାଯାଇ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା ।
ବୈଠକରେ ରାଜ୍ୟ ସଭାପତିଙ୍କ ପକ୍ଷରୁ ରାଜ୍ୟର ସ୍ଥିତି ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହା ବ୍ୟତୀତ ବୈଠକରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ, ୨ କୋଟି ଗ୍ରାମୀଣ ଆବାସ ଯୋଜନା, ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗୀକରଣ, ଖୋଲାରେ ଶୌଚ ମୁକ୍ତ ଗାଁ ଓ ଚଳିତ ଆର୍ଥିକ ବର୍ଷର ତ୍ରୟମାସିକ ଜିଡିପି ଉପରେ ଆଲୋଚନା ହେବ ବୋଲି ପାର୍ଟି ସୂତ୍ରରୁ ସୂଚନା ମିଳିଛି ।

   Related Posts