୫ଟି ରାଜ୍ୟରେ ନିର୍ବାଚନ ରଣନୀତି ନେଇ ବିଜେପିର ମାନସ ମନ୍ଥନ: ବୈଠକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧/୦୨ : ଆଜି ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ପଦାଧିକାରଙ୍କ ବୈଠକ ଅଛି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗ ଦେବା ପାଇଁ ପହଞ୍ଚି ସାରିଛନ୍ତି। ଆଗାମୀ କିଛି ମାସରେ ହେବାକୁଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରିବ ବିଜେପି। ବୈଠକ ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ଯାଏଁ ଏନଡିଏମସି କନ୍‌ଭେନ୍‌ସନ୍ ସେଣ୍ଟରରେ ବୈଠକ ଚାଲିବ। ବୈଠକର ଅଧ୍ୟକ୍ଷତା ଜେପି ନଡ୍ଡା କରୁଛନ୍ତି |

{"id":412295,"sizeSlug":"large","linkDestination":"none"}

ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କନ୍‌ଭେନ୍‌ସନ୍ ସେଣ୍ଟରକୁ ସ୍ୱାଗତ କରିଥିଲେ। ଗତ ୩ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏହି ବୈଠକରେ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି। ସରକାର ଏହି ମାମଲାରେ ଆଗକୁ ରଣନୀତି ପ୍ରସ୍ତୁତ କରିବେ ବୋଲି ମଧ୍ୟ କୁହାଯାଉଛ। ବୈଠକରେ ବିଜେପିର ସବୁ ପ୍ରଦେଶର ଅଧ୍ୟକ୍ଷ, ପ୍ରଦେଶ ପ୍ରଭାରୀ ଓ ମହାପ୍ରଭାରୀ, ସବୁ ପ୍ରଦେଶର ସଂଗଠନ ମହାମନ୍ତ୍ରୀ ଉପସ୍ଥିତ ଅଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ତମାମ ବଡ ନେତା ଓ ସଂସଦୀୟ ୱାର୍ଡ ସଦସ୍ୟ ମଧ୍ୟ ବୈଠକରେ ସାମିଲ ହେବେ।

ବୈଠକକୁ ନେଇ ବର୍ତ୍ତମାନ ଦଳ ତରଫରୁ କୌଣସି ଏଜେଣ୍ଡାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ ସୂତ୍ର ଅନୁଯାୟୀ, ବୈଠକରେ ଦଳ ସଂଗଠନ, ବିଜେପି ଶାସିତ ରାଜ୍ୟରେ ଦଳ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବାକୁ ନେଇ ଚର୍ଚ୍ଚା ହେବ। ତାଛଡା ଯେଉଁ ସବୁ ରାଜ୍ୟରେ ବିଜେପି ସରକାର ନାହିଁ ସେଠାରେ ମଧ୍ୟ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନାର ଫାଇଦା ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ନେଇ କାମ କରିବାକୁ ଚର୍ଚ୍ଚା ହେବ।

{"id":412296,"sizeSlug":"large","linkDestination":"none"}

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନକୁ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହେବ। ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିଛନ୍ତି ଯେ ନୂଆ କୃଷି ଆଇନ ରଦ୍ଦ ହେବ ନାହିଁ। ନୂଆ କୃଷି ଆଇନକୁ ନେଇ କିଛି ରାଜନୈତିକ ଦଳ କିଭଳି ବିଜେପି ବଦନାମ କରୁଛନ୍ତି ଏବଂ ଏହି ପ୍ରସଙ୍ଗରେ ସରକାର କିଭଳି ନିଜ କଥାକୁ ଆଗକୁ ବଢ଼ାଇ ପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.