ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ : ଦଳୀୟ ନେତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି
9/09/2018 at 12:25 PM

ନୂଆଦିଲ୍ଲୀ ୯|୯: କେନ୍ଦ୍ରରେ ବିଜେପି ସରକାର ୫ବର୍ଷ ପୁରା କରିବାକୁ ଯାଉଥିବା ବେଳେ ଆଗାମୀ ୫ବର୍ଷ ପୁଣି କ୍ଷମତାସୀନ ହେବାକୁ ରଣନୀତି ଆରମ୍ଭ କରିଛି । ମୋଦି ସରକାରର ସଫଳତା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଗତକାଲିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ୨୦୧୯ ନିର୍ବାଚନ ପାଇଁ ଅଜୟ ବିଜେପି ସ୍ଲୋଗାନ ଚୂଡାନ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ଅପରାହ୍ନରେ ଦଳୀୟ ନେତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।