Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆସନ୍ତାକାଲି ବିଜେପିର କାର୍ଯ୍ୟକାରିଣୀ ବୈଠକ, ପାର୍ଟିର ଉନ୍ନତି ପାଇଁ ଗୁରୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦୀ

6/11/2021 at 5:49 PM

ନୂଆଦିଲ୍ଲୀ ୦୬।୧୧: ବିଜେପିର ଜାତୀୟ କାର୍ଯ୍ୟକାରିଣୀର ବୈଠକ ରବିବାର ଅନୁଷ୍ଠିତ ହେବ। ବୈଠକ ରବିବାର ସକାଳୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ସମାପ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଯୋଗ ଦେଇ ପାର୍ଟି କିପରି ଆହୁରି ମଜବୁତ ହେବ ସମଗ୍ର ଦେଶର କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଗୁରୁ ମନ୍ତ୍ର ଦେବେ। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଶନିବାର ଏହି ସୂଚନା ଦେଇଛନ୍ତି।

କରୋନା କାରଣରୁ ପ୍ରାୟ ଦେଢ  ବର୍ଷ ପରେ ପ୍ରତ୍ୟେକ୍ଷ ଭାବେ ଏହି ବୈଠକ ବସୁଛି। ବୈଠକରେ ନିକଟରେ ସଂପନ୍ନ ଉପ ନିର୍ବାଚନରେ ଦଳର ପରାଜୟକୁ ନେଇ ସମୀକ୍ଷା କରାଯିବ। ଏଥିସହ ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ବୈଠକ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଭାଷଣରୁ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭୋଧନରେ ଶେଷ ହେବ।

ବୈଠକରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ ପାର୍ଟିର ସମସ୍ୟାକୁ ନେଇ ମଧ୍ୟ ବିଚାର ହେବ। ବିଜେପି ନେତା କହିଛନ୍ତି, ବୈଠକରେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ କରାଯିବ। ପାର୍ଟି କୋଭିଡ୍ ମହାମାରୀ ମୁକାବିଲାରେ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ଏହାର ପ୍ରଶଂସାରେ ପ୍ରସ୍ତାବ ମଧ୍ୟ ପାରିତ କରାଯାଇପାରେ। ଟିକାକରଣ ଅଭିଯାନ ଏବଂ ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପ ଏବଂ ସଫଳ ବିଦେଶ ଯାତ୍ରାକୁ ନେଇ ପାର୍ଟି ପ୍ରଶଂସା କରିବ। ବୈଠକରେ ଦେଶର ଆର୍ଥିକ ଗତିବିଧିରେ ଜବରଦସ୍ତ ବୃଦ୍ଧି, ରେକର୍ଡ  ଜିଏସଟି ସଂଗ୍ରହକୁ ନେଇ ମଧ୍ୟ ଆଲୋଚନା କରାଯିବ।

ପାର୍ଟିର ରାଜ୍ୟ ଶାଖାକୁ ଲେଖା ହୋଇଥିବା ଚିଠିରେ କୁହାଯାଇଛି, କୋଭିଡ୍-୧୯ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସଂପାଦକ, ସମ୍ବନ୍ଧିତ ରାଜ୍ୟର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିଜ ନିଜର ରାଜ୍ୟର ପାର୍ଟି ମୁଖ୍ୟାଳୟରୁ  ଭର୍ଚୁଆଲ  ଭାବେ ବୈଠକରେ ସାମିଲ୍ ହେବେ। ଅନ୍ୟପଟେ ଜାତୀୟ ପଦାଧିକାରୀ, କେନ୍ଦ୍ର ମନ୍ତ୍ରୀ ଓ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଦିଲ୍ଲୀ ନେତା ନଭେମ୍ବର ୭ରେ ଏନଡିଏମସି କନଭେନସନ ସେଣ୍ଟରରେ ପ୍ରତ୍ୟେକ୍ଷ ଭାବେ ବୈଠକରେ ଯୋଗ ଦେବେ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଆରମ୍ଭରେ ପାଞ୍ଚ ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ନିର୍ବାଚନ ହେଉଥିବା ବେଳେ ହିମାଚଳ ପ୍ରଦେଶ ଓ ଗୁଜରାଟରେ ବର୍ଷର ଶେଷ ଆଡକୁ ହେବ। ପଞ୍ଜାବକୁ ଛାଡି ଦେଲେ ବାକି ସବୁ ରାଜ୍ୟରେ ବିଜେପି କ୍ଷମତାରେ ରହିଛି।

   Related Posts