ଧକ୍ ଧକ୍ ଗାର୍ଲ ମାଧୁରୀ ଲଢିବେ ପୁନେରୁ

Published By : Prameya-News7 Bureau | December 07, 2018 IST

ମୁମ୍ବାଇ ୦୭|୧୨: ବଲିଉଡ୍ ଅଭିନେତ୍ରୀ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ବିଜେପି ଟିକେଟ୍ ରେ ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି । ତାଙ୍କର ନାମ ପୁନେ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ତାଲିକାଭୁକ୍ତ କରାଯାଇଛି ବୋଲି ବିଜେପିର ଜଣେ ବରିଷ୍ଠ ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନରେ ମାଧୁରୀଙ୍କୁ ପ୍ରାର୍ଥୀ କରାଇବାକୁ ଦଳ ଗୁରୁତ୍ବର ସହ ଚିନ୍ତା କରୁଛି । ପୁନେ ଲୋକସଭା ନିର୍ବାଚନମଣ୍ଡଳୀ ତାଙ୍କ ପାଇଁ ଭଲ ହେବ ବୋଲି ମନେକରାଯାଉଛି । ଏହି ଆସନ ପାଇଁ ମାଧୁରୀଙ୍କ ନାମକୁ ତାଲିକାଭୁକ୍ର ମଧ୍ୟ କରାଯାଇଥିବା କଥା ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତବର୍ଷ ଜୁନ୍ ମାସରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ‘ସମର୍ଥନ ପାଇଁ ସଂପର୍କ’ ଅଭିଯାନକ୍ରମେ ମାଧୁରୀଙ୍କୁ ତାଙ୍କର ବାସଭବନରେ ସାକ୍ଷାତ କରିଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ଏହି ଆସନ କଂଗ୍ରେସଠାରୁ ବିଜେପି ଛଡାଇ ଦେଇଥିଲା । ବିଜେପି ପ୍ରାର୍ଥୀ ଅନୀଲ ସିରୋଲ ୩ଲକ୍ଷରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.